ନୟାଗଡ଼,ତା-୨୩.୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଡା ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ
ବ୍ଲକସ୍ତରୀୟ ଫୁଟବଲ୍ ଓ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଗୋଡିପଡ଼ା ଜୋନ୍,ଶରଣକୁଳ ଜୋନ୍,ଓଡ଼ଗାଁ ଜୋନ୍,ରୋହିବାଙ୍କ ଜୋନ୍ରୁ ଜୋନାଲ୍ ସ୍ତରରେ ଚୟନିତ ଫୁଟବଲ୍ ଓ ଭଲିବଲ୍ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନଶିକ୍ଷକ ଘନଶ୍ୟାମ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଗୋଡିପଡା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ,ସମିତିସଭ୍ୟା ସସ୍ମିତା ମହାନ୍ତି, ସ୍କୁଲ ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର

ଘଡାଇ,ଗ୍ରାମସଭାପତି ଭିକାରୀ ଚରଣ ପ୍ରଧାନ,ରାଜେଶ କୁମାର ଷଡଙ୍ଗୀ,ବିଜୟ କୁମାର ପୃଷ୍ଟି , ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରୀରିକ ଶିକ୍ଷା ଶିକ୍ଷକ- ଶିକ୍ଷୟିତ୍ରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ,ଶୃଙ୍ଖଳା,ଦଳଗତ ମନୋଭାବ ଓ କ୍ରୀଡ଼ାସୁଲଭ ମନୋଭାବର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଫୁଟବଲ୍ ଓ ଭଲିବଲ୍ ପ୍ରତିଯୋଗିତାରେ ବିଭିନ୍ନ ଜୋନ୍ର ଖେଳାଳିମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଉତ୍ତମ କ୍ରୀଡ଼ା କୌଶଳ ଓ ଦଳଗତ ଏକତା ପ୍ରଦର୍ଶନ କରିଥିଲେ।ଖେଳାଳିମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କୁ ଆକର୍ଷିତ କରିଥିଲା। ପ୍ରଧାନ ଶିକ୍ଷକ ଶ୍ରୀରାଉତ,ଶାରୀରିକ ଶିକ୍ଷା ଶିକ୍ଷକ ରୁଦ୍ରମାଧବ ମହାପାତ୍ର ଓ ପ୍ରସନ୍ନ କୁମାର ନାୟକ ଖେଳ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।











