Home / ମୁଖ୍ୟ ଖବର / ନୟାଗଡ଼ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ।

ନୟାଗଡ଼ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ।

ନୟାଗଡ଼,ତା-୨୪.୦୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବସ୍ଥାପିତ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ (District Directorate of Prosecution)ର ନୂତନ କାର୍ଯ୍ୟାଳୟ ମାନନୀୟା ଜିଲ୍ଲାପାଳ, ନୟାଗଡ଼ ଶ୍ରୀମତୀ ମଧୁମିତା ରଥଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଉପ-ନିର୍ଦ୍ଦେଶକ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ଶ୍ରୀ ନଳିନୀକାନ୍ତ ମହାରଣା, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ପ୍ରାଚୀ ପ୍ରଭା ନନ୍ଦ, ସରକାରୀ ଅଭିଯୋଜକ ଶ୍ରୀ ରାକେଶ କୁମାର ପୋଥଲ,

କ୍ୟାଡର ସହକାରୀ ସରକାରୀ ଅଭିଯୋଜକ ଶ୍ରୀ ଆକାଶ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି, ସମସ୍ତ ସରକାରୀ ଓକିଲ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଉଦ୍ଘାଟନ ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପୋଲିସ ଓ ଅଭିଯୋଜନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଚାରୁ ପରିଚାଳନା ସହ ତଦନ୍ତକାରୀ ସଂସ୍ଥାକୁ ଆଇନଗତ ମତ ଓ ମାର୍ଗଦର୍ଶନ ପ୍ରଦାନ, ପୀଡ଼ିତ ଓ ସାକ୍ଷୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ପୋଲିସ, ନ୍ୟାୟାଳୟ ଓ ଅଭିଯୋଜନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଓ ସମୟୋଚିତ ଅଭିଯୋଜନ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ନୂତନ କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଉପସ୍ଥିତ ଅଧିକାରୀମାନେ ଆଶା ପ୍ରକାଶ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply