Home / ମୁଖ୍ୟ ଖବର / କାକଟପୁର ବ୍ଲକ ବିଭିନ୍ନ ସ୍କୁଲ ରେ ବିଶ୍ୱ ଜଳାତଙ୍କ ଦିବସ ଓ ସଚେତନତା ସଭା ଅନୁଷ୍ଠିତ।

କାକଟପୁର ବ୍ଲକ ବିଭିନ୍ନ ସ୍କୁଲ ରେ ବିଶ୍ୱ ଜଳାତଙ୍କ ଦିବସ ଓ ସଚେତନତା ସଭା ଅନୁଷ୍ଠିତ।

​କାକଟପୁର ତା ୨୯ /୦୯( ତୁଷାର ଦୀକ୍ଷିତ )କାକଟପୁର ବ୍ଲକ ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ଅବସରରେ ଏକ ସଚେତନତା ସଭା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡା :ସୁଧାଂଶୁ ଶେଖର ସାହୁ, ଭି ଏ ସ ଡା ରଶ୍ମିତା ସାହୁ. ଡା ଦୀପାନୀତା ସେଠି, ପ୍ରାଣୀଧନ ପ୍ରାଜୁକ୍ତିକ ପ୍ରତ୍ୟୁଷ କୁମାର ବେହେରା, ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କାଣ୍ଡି, ରମେଶ କାଣ୍ଡି, ବିଭୁତି ତ୍ରିପାଠୀ, ରାମ ସିଂ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଜଳାତଙ୍କ ରୋଗର ଲକ୍ଷଣ, ଏହାର ନିରାକରଣ, କୁକୁର ବା ଅନ୍ୟ ପ୍ରାଣୀ କାମୁଡ଼ିଲେ ନେବାକୁ ଥିବା ସାବଧାନତା ଏବଂ ପ୍ରତିଷେଧକ ଟିକାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply