ନୟାଗଡ଼,ତା-୧୯.୧୧.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାର ସର୍ବପୁରାତନ ଲଡୁକେଶ ଆଥଲେଟିକ ଆସୋସିଏସନ୍, ଶରଣକୁଳ ଦ୍ବାରା ଆୟୋଜିତ ୬୪ ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିବସ ଖେଳରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ୧-୦ ଗୋଲରେ ଟାର୍ଜ୍ଜନ କ୍ଳବ୍,କଟକକୁ ହରାଇ ବିଜୟ ହାସଲ କରିଛି। ମଙ୍ଗଳବାର ଦିନ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ଯୁକ୍ତ ସତ୍ୟନାରାୟଣ ପ୍ରଧାନଙ୍କ ସହ ମୁଖ୍ୟ ଅତିଥି ଭାବରେ ସୋନପୁର ଏସ୍. ପି.ଶ୍ରୀ ଯୁକ୍ତ ନାରାୟଣ ନାୟକ, ସମାଜସେବୀ ବିଭୁପ୍ରସାଦ ମିଶ୍ର,ସେବା ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପପୁ ପାତ୍ର ମଞ୍ଚ ମଣ୍ଡନ କରିଥିଲେ।

ପ୍ରଥମାର୍ଦ୍ଧ ଖେଳର ୨୩ତମ ମିନିଟରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଦଳର ୨୦ ନଂ ଜର୍ସି ଖେଳାଳି ଭରତ ମୁଣ୍ଡା ଏକ ଗୋଲ୍ ଦେଇ ଦଳକୁ ୧-୦ ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟାର୍ଦ୍ଧ ରେ ଉଭୟ ଦଳ ଖେଳାଳି ମାନଙ୍କ ଆକ୍ରମଣାତ୍ମକ ଖେଳ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ହେଲେ କେହି କାହାରିକୁ ଗୋଲ୍ ଦେଇ ପାରି ନ ଥିଲେ। ଫଳରେ ଖେଳରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ୧-୦ ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି।
ପ୍ରଥମାର୍ଦ୍ଧ ଖେଳ ଶେଷରେ ମୁଖ୍ୟ ଅତିଥି ମାନଙ୍କ ସହିତ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ପଡିଆକୁ ଯାଇ ଦୁଇ ଦଳର ଖେଳାଳୀଙ୍କ ସହ ଖେଳ ପରିଚାଳନା କରୁଥିବା ରେଫରୀ ମାନଙ୍କ ସହିତ କରମର୍ଦ୍ଦନ କରି ପରିଚୟ ଆଦାନ ପ୍ରଦାନ କରିଥିଲେ ଏବଂ ଦୁଇ ଦଳର ଅଧିନାୟକ ମୁଖ୍ୟ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳ ଶେଷରେ ମୁଖ୍ୟ ଅତିଥି ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଦଳର ନଂ ୨୦ ଜର୍ସି ଖେଳାଳି ଭରତ ମୁଣ୍ଡା ଙ୍କୁ ଆଜି ର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଟ୍ରଫି ଓ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ମୁଖ୍ୟ ରେଫରୀ ଭାବରେ ଜ୍ୟୋତିରଞ୍ଜନ ସ୍ବାଇଁ , ପ୍ରସନ୍ନ ନାୟକ ଓ ପ୍ରିୟବ୍ରତ ବାରିକ ଲାଇନରେ ସହାୟତା କରିଥିଲେ। ଜଗନ୍ନାଥ ପରିଡ଼ା ୪ର୍ଥ ରେଫରୀ ଭାବରେ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ବୁଧବାର ଦିନ ଦିନ ମ୍ୟାଚ ସ୍ପୋର୍ଟସ ହଷ୍ଟେଲ, ନୟାଗଡ଼ ସହିତ ଏମ୍ .କେ .ଏସ .ସି,ବକ୍ସର, ବିହାର ମଧ୍ୟରେ ଅନୁଷ୍ଠିତ ହେବବୋଲି ଆସୋସିଏସନ୍ ର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି।











