Home / ମୁଖ୍ୟ ଖବର / ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ ୩ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ ୩ ଗୁରୁତର

dead

କାକଟପୁର ତା ୬/୧୨, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ନୂତନ ବସଷ୍ଟାଣ୍ଡ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୁତ୍ୟୁ ବରଣ କରିଥିବାବେଳେ ୩ ଜଣ ଗୁରୁତର ହୋଇ ଭୁବନେଶ୍ୱର ର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି l ଘଟଣା ଅନୁଯାଇ କାକଟପୁର ବସଷ୍ଟାଣ୍ଡ ନିକଟରେ ବଲରାରୁ କାକଟପୁର ଏବଂ କାକଟପୁର ରୁ ବଲରା ଯାଉଥିବା ଗୋଟିଏ ପଲସର ବାଇକ OD13Y 4554 ଏବଂ ଗ୍ଲାମର ବାଇକ ନମ୍ବର OD23B 0434 ମଧ୍ୟରେ ମୂହାଁମୁହିଁ ଧକ୍କା ହେବା ଫଳରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେବା ସହିତ ୪ ଜଣ ବାଇକି ଆରୋହୀ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ l ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣା ସ୍ଥଳରେ ପହଂଚି କାକଟପୁର ଥାନାକୁ ଖବର ଦେବାପରେ ପୋଲିସ ପହଂଚି ଯୁବକ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଣ୍ଡାଘର ଗ୍ରାମର ଜିଲାନି ଖାଁ ଙ୍କ ପୁଅ ସ୍ଵରାକ ଖାଁ ଓରଫ ସେରୁ ବୟସ ୨୯ ଙ୍କର ମୁର୍ତ୍ୟୁ ଘଟିଥିଲା l ତେବେ ଅନ୍ୟ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ l ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ଚିକିତ୍ସା ଜାରି ରହିଛି l ଉକ୍ତ ୩ ଜଣ ଯୁବକ କଣ୍ଟାପଡା ପଞ୍ଚାୟତ ର ବୋଲି ଜଣାପଡିଛି l ଏ ସଂକ୍ରାନ୍ତରେ କେଶ ନମ୍ବର ୩୫୪/୨୫ ରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଇନସିପେକ୍ଟର ଗୌରୀଶଙ୍କର ସେଠୀ ପ୍ରକାଶ କରିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply