Home / ମୁଖ୍ୟ ଖବର / ପୁରୀ ଟାଉନ୍ ପୋଲିସକୁ ବଡ଼ ସଫଳତା: ୩ଟି ପୃଥକ ଚୋରି ମାମଲାରେ ୭ ଗିରଫ, ଜେଲ୍ ଗଲେ ଅଭିଯୁକ୍ତ

ପୁରୀ ଟାଉନ୍ ପୋଲିସକୁ ବଡ଼ ସଫଳତା: ୩ଟି ପୃଥକ ଚୋରି ମାମଲାରେ ୭ ଗିରଫ, ଜେଲ୍ ଗଲେ ଅଭିଯୁକ୍ତ

ପୁରୀ:୨୫/୦୯/୨୦୨୬ – ପୁରୀ ଟାଉନ୍ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସହରରେ ଘଟିଥିବା ତିନୋଟି ଭିନ୍ନ ଭିନ୍ନ ଚୋରି ଓ ଲୁଟ୍ ଉଦ୍ୟମ ମାମଲାରେ ତତ୍ପରତା ଦେଖାଇ ପୋଲିସ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରଥମ ମାମଲାଟି (କେସ୍ ନଂ- ୫୮୨/୨୦୨୬) ମାଛ ମାର୍କେଟ୍ ଗଳିରେ ଥିବା ଏକ ପାନ ଦୋକାନର। ଗତ ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ଯୋଗେନ୍ଦ୍ର ପ୍ରମାଣିକଙ୍କ ପାନ ଦୋକାନରୁ ହୋଇଥିବା ଚୋରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଚିତ୍ରକୂଟ ଅଞ୍ଚଳର ସଦାମ ହୁସେନ୍ (୨୬), ଆସିକ୍ ଅଲ୍ଲୀ (୨୦) ଓ ତହିଦ୍ ଶାହା (୧୯)। ଏମାନେ କୁମ୍ଭାରପଡ଼ାରେ ଭଡ଼ାରେ ରହି ଫେରି ବ୍ୟବସାୟ କରୁଥିଲେ। ସେମାନଙ୍କ ନିକଟରୁ ୩ଟି ମୋବାଇଲ୍ ଓ ନଗଦ ୨୧୦୦ ଟଙ୍କା ଜବତ ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply