ପୁରୀ ୨୬/୯ ଚାଳ ଛପର କୁ କଚ୍ଚା ଘର।ସମୁଦ୍ର କୂଳିଆ ଅଞ୍ଚଳ।ଟିକେ ବର୍ଷା ପବନ ଆସିଲେ ଛାତିରେ ଛନକା ପଶେ।ଏବେ କିନ୍ତୁ ସେ ଡର ହଟି ଯାଇଛି।ବର୍ଷା ପବନକୁ ଆଉ ଭୟ ନାହିଁ।ଆଜି ମୁଁ ଗର୍ବର ସହ କହୁଛି ମୋର ପକା ଘର ଟିଏ ବୋଲି କହନ୍ତି ସରସ୍ୱତୀ ରାଉତ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ତାଳଦା ଗ୍ରାମର କାହ୍ନୁ ଚରଣ ସେଠୀ ଙ୍କ ପରିବାର।କଚ୍ଚା ଘର ଯୋଗୁ ପୂର୍ବରୁ ଅସୁରକ୍ଷିତ ଓ ଅସୁବିଧାଜନକ ସ୍ଥିତିରେ ସେମାନେ ଜୀବନ ନିର୍ବାହ କରୁଥିଲେ।ଅନ୍ତୋଦୟ ଗୃହ ଯୋଜନା ସମ୍ପର୍କରେ ଜାଣିବା ପରେ ସରସ୍ୱତୀ ଘର ଟିଏ ପାଇଁ ଆବେଦନ କଲେ।ଅସ୍ତରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆବେଦନ ଉପରେ ଉପଯୁକ୍ତ ଅନୁଧ୍ୟାନ କରିବା ପରେ ଏହାର ସତ୍ୟତା ଅନୁଭବ କରି ସରସ୍ୱତୀ ଙ୍କ ସପକ୍ଷରେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ନିଜର ସ୍ବପ୍ନ ର ଘରଟିକୁ ତିଆରି ପାଇଁ ସରସ୍ୱତୀ ଓ ପରିବାର ଦିନ ରାତି ଏକ କରିଦେଇଥିଲେ।ଯେଉଁ ଦିନ ପକ୍କା ଘରେ ଆମେ ରହିବା ଆରମ୍ଭ କଲୁ ତାହା ଏକ ସୁନ୍ଦର ସ୍ବପ୍ନ ଟି ସତ ହେଲା ବୋଲି ଲାଗିଲା।ଏଥିପାଇଁ ଆମ ପରିବାର ବହୁତ ଖୁସି ଓ ଆନନ୍ଦିତ ବୋଲି କୁହନ୍ତି ସରସ୍ବତୀ।ପୁରା ପରିବାରଟି ବର୍ତ୍ତମାନ ଏକ ସୁରକ୍ଷିତ ଓ ସମ୍ମାନଜନକ ପକ୍କା ଘରେ ରହିପାରୁଛନ୍ତି।ପକ୍କା ଘର ମିଳିବା ଫଳରେ ପରିବାରର ସୁରକ୍ଷା, ସ୍ୱଚ୍ଛତା ଓ ଜୀବନଯାପନର ମାନରେ ଉନ୍ନତି ଆସିଛି। ବର୍ଷା, ପବନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରୁ ପରିବାରକୁ ଅଧିକ ସୁରକ୍ଷା ମିଳୁଛି। ଏହା ତାଙ୍କ ପରିବାରକୁ ଏକ ସୁରକ୍ଷିତ ଓ ସମ୍ମାନଜନକ ଜୀବନଯାପନର ଆଧାର ପ୍ରଦାନ କରିଛି ବୋଲି ସରସ୍ୱତୀ କୁହନ୍ତି।ଏହି ସୁବିଧା ଓ ସମ୍ମାନ ପାଇଁ ସରସ୍ୱତୀ ସରକାର ଙ୍କୁ ଓ ପ୍ରଶାସନ କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।ବିଡ଼ିଓ ସସ୍ମିତା ବେହେରା ଙ୍କ ମତରେ ସରକାରୀ ଯୋଜନା ଲୋକ ମାନଙ୍କ ପାଇଁ।ଉପଯୁକ୍ତ ହିତାଧିକାରୀଙ୍କୁ ଏହା ପ୍ରଦାନ ସହ ଏହାର କାର୍ଯ୍ୟାନ୍ବୟନ ପାଇଁ ପ୍ରଶାସନ ସହଯୋଗ କରୁଛି ବୋଲି ସେ କହିଛନ୍ତି।
ଆଶ୍ବସ୍ତ କରିଛି ଅନ୍ତୋଦୟ ଗୃହ ଯୋଜନା-ମୁହଁରେ ହସ ଫୁଟାଇଛି ପରିବର୍ତ୍ତନ











