Home / ମୁଖ୍ୟ ଖବର / ସ୍ବେଛାସେବୀ ସଂଗଠନ “ସୋହମ୍” ତରଫରୁ ବିଶ୍ଵ ଅହିଂସା ଓ ସ୍ବଚ୍ଛତା ଦିବସ ପାଳିତ।

ସ୍ବେଛାସେବୀ ସଂଗଠନ “ସୋହମ୍” ତରଫରୁ ବିଶ୍ଵ ଅହିଂସା ଓ ସ୍ବଚ୍ଛତା ଦିବସ ପାଳିତ।

ନୟାଗଡ,ତା-୨.୧୦.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” , ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଗାନ୍ଧୀ ଜୟନ୍ତୀ ଅବସରରେ “ବିଶ୍ୱ ଅହିଂସା ଦିବସ ଓ ସ୍ୱଚ୍ଛତା ଦିବସ ” ନୟାଗଡ ସ୍ଥିତ ୟୁନିଟେକ ମାଧ୍ୟମିକ ବିଦ୍ୟାଳୟ ଠାରେ “ସୋହମ୍” ସଂଗଠନର ଉପସଭାପତି ତଥା ବିଶିଷ୍ଟ ପରିବେଶବିତ୍ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ବକ୍ତା , କୁଇଜ ମାଷ୍ଟର ତଥା ଆଇନଜୀବୀ ଶ୍ରୀଯୁକ୍ତ ଚନ୍ଦ୍ର ବିଜୟୀ ମିଶ୍ର , ସଂମ୍ମାନିତ ଅତିଥି ରୂପେ ୟୁନିଟେକର ପରିଚାଳକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପୃଷ୍ଟି , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ, ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ସାହିଲ କୁମାର କୁଣ୍ଡୁ , ୟୁନିଟେକ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦଣ୍ଡପାଣି ସ୍ୱାଇଁ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ସହ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ l ବରେଣ୍ୟ ଅତିଥି ବୃନ୍ଦ ଗାନ୍ଧିଜୀ ଙ୍କ ଅହିଂସା ନୀତି ଓ ଶାସ୍ତ୍ରୀଙ୍କ ନିସ୍ଵାର୍ଥ ପରତା ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ l ତତ୍ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ପରିଶେଷରେ ଅଧ୍ୟାପକ ପୂର୍ଣଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ସଂଗଠନର ଆଲୋକ ରଞ୍ଜନ ମାନସିଂହ , ବିଶ୍ୱ ରଞ୍ଜନ ପଟ୍ଟନାୟକ , ନିରଞ୍ଜନ ସାହୁ ସମେତ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply