Home / ସାମାଜିକ / ନୟାଗଡରେ ବିକାଶ ମେଳା। ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଚେୟାର ଖାଲି

ନୟାଗଡରେ ବିକାଶ ମେଳା। ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଚେୟାର ଖାଲି

whatsapp image 2025 06 13 at 11.32.36 703a3f9d

ନୟାଗଡ – ତା ୧୨.୬.୨୫ ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ମିଛ କହି ସରକାରକୁ ଆସିଥିବା ବିଜେପି ସରକାର ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ପଡିଆଠାରେ ଏକ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ମେଳା କରି ଉଦଘାଟନ ସମାରୋହ ପାଳନ କରିଛନ୍ତି । ଅତିଥି ମାନଙ୍କୁ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ ।

whatsapp image 2025 06 13 at 11.33.40 bd7150e7

ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇଥିଲେ।ହେଲେ ଏହି ବିକଶିତ କାର୍ଯ୍ୟକ୍ରମରେ ଅଳ୍ପ ସଂଖ୍ୟକ ଲୋକ ଯୋଗଦେଇଥିଲେ। ଯାହାଫଳରେ ଚେୟାର ସବୁ ଖାଲି ରହିଥିଲା। କାରଣ ଜନତା ମାନେ ଜାଣି ଗଲେଣି ବିଜେପି ସରକାର ଲୋକଙ୍କ ସରକାର କହି ଖାଲି ମିଛରେ ବାହାସ୍ପଷ୍ଟ ମାରୁଛି।ସବୁ ଫଳ ଶୂନ,କାମ ଶୂନ,ଗତ କିଛିଦିନ ତଳେ ମଧ୍ୟ ଆୟୁଷ୍ମାନ କାର୍ଡ ଏବଂ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ କମ ଲୋକ ଯୋଗ ଦେଇଥିଲେ। ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମଧ୍ୟ ସମାନ ଅବସ୍ଥା।କମ ସଂଖ୍ୟାରେ ଲୋକ ଆସିଥିବା ଯୋଗୁ କାର୍ଯ୍ୟକ୍ରମକୁ କମ ସମୟ ମଧ୍ୟରେ ବନ୍ଦ କରାଯାଇଥିଲା। ଯାହାଫଳରେ ଉପସ୍ଥିତ ଥିବା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଏବଂ ଅନ୍ୟାନ୍ୟ ଅଫିସର ମାନେ ନିରାଶ ହୋଇ ଫେରିଥିଲେ।

whatsapp image 2025 06 13 at 11.39.32 27e74d69

SPREAD YOUR LOVE WITH YOUR FRIENDS AND FAMILY