Home / ମୁଖ୍ୟ ଖବର / ବିଦ୍ୟୁତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ-୩୬ କର୍ମଚାରୀଙ୍କ ପୁନଃନିଯୁକ୍ତି, ବକେୟା ଦରମା ଓ ଶ୍ରମ ଆଇନ ପାଳନ ଦାବି

ବିଦ୍ୟୁତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ-୩୬ କର୍ମଚାରୀଙ୍କ ପୁନଃନିଯୁକ୍ତି, ବକେୟା ଦରମା ଓ ଶ୍ରମ ଆଇନ ପାଳନ ଦାବି

ପୁରୀ, ୪ ଅକ୍ଟୋବର: ପୁରୀ ଡିଭିଜନ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଚେତାବନୀ ଦିଆଯାଇଛି। ମିଳିତ ମଞ୍ଚର ଦାବି ଅନୁଯାୟୀ, TPCODL ପୁରୀ ବିଦ୍ୟୁତ ବିଭାଗ ଅଧୀନରେ ମିଟର ରିଡିଂ, ବିଲ ଆଦାୟ, ରକ୍ଷଣାବେକ୍ଷଣ ସମେତ ବିଭିନ୍ନ କାର୍ଯ୍ୟରେ ୬୦୦ରୁ ଅଧିକ ଠିକା କର୍ମଚାରୀ କାର୍ଯ୍ୟରତ ଅଛନ୍ତି।

କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଶ୍ରମ କାର୍ଯ୍ୟାଳୟ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

ମିଳିତ ମଞ୍ଚର ଅଭିଯୋଗ ଅନୁସାରେ, ଆସନ୍ତା ୧୩ ଅକ୍ଟୋବର ୨୦୨୬ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ୨୦ ସେପ୍ଟେମ୍ବର ୨୦୨୬ରେ ଲିଖିତ ଭାବେ ଜଣାଇବା ପରେ TPCODL ଓ ମହାନ୍ତି ବ୍ରଦର୍ସ କମ୍ପାନୀ ପକ୍ଷରୁ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବାଦ ଦିଆଯାଇଛି।

ଛଅ ଦଫା ଦାବି

ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟତଃ ନିମ୍ନଲିଖିତ ଦାବି ଉଠାଯାଇଛି।

୧. ଆଇନସମ୍ମତ ମଜୁରୀ:
ମିଟର ରିଡର ଓ ବିଲ କଲେକ୍ଟରମାନଙ୍କୁ ପ୍ରଚଳିତ ଶ୍ରମ ଆଇନ ଓ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରଯୋଜ୍ୟ ମଜୁରୀ ହାର ଅନୁଯାୟୀ ନିୟମିତ ଦରମା ପ୍ରଦାନ ସହ ବୈଧ ଆଧାର ବିନା ଦରମା କଟୋତି ବନ୍ଦ କରିବାକୁ ଦାବି କରାଯାଇଛି।

୨. ବକେୟା ଦରମା ପ୍ରଦାନ:
୧୯ ସେପ୍ଟେମ୍ବର ୨୦୨୬ରେ ଶ୍ରମ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନାରେ ମେ ଓ ଜୁନ୍ ୨୦୨୬ରେ କଟାଯାଇଥିବା ଦରମା ୨୪ ସେପ୍ଟେମ୍ବର ସୁଦ୍ଧା ପ୍ରଦାନ କରିବା ନେଇ ନିଷ୍ପତ୍ତି ହୋଇଥିବା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ମିଟର ରିଡରମାନଙ୍କୁ ଦେୟ ପ୍ରଦାନ ହୋଇଥିବାବେଳେ ବିଲ କଲେକ୍ଟରମାନଙ୍କ ବକେୟା ରାଶି ଏପର୍ଯ୍ୟନ୍ତ ସୁଜନିକ୍ସ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ଏହା ସହିତ ଅଗଷ୍ଟ ୨୦୨୬ରେ କଟାଯାଇଥିବା ଦରମା ମଧ୍ୟ ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି।

୩. ସଂଶୋଧିତ ନିଯୁକ୍ତିପତ୍ର:
ସମସ୍ତ କର୍ମଚାରୀଙ୍କୁ ବାସ୍ତବିକ ନିଯୁକ୍ତି ସର୍ତ୍ତ, ମଜୁରୀ ଓ ଅନ୍ୟାନ୍ୟ ବୈଧ ସର୍ତ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ସଂଶୋଧିତ ନିଯୁକ୍ତିପତ୍ର ତୁରନ୍ତ ପ୍ରଦାନ କରିବାକୁ ଦାବି କରାଯାଇଛି।

୪. ଟେଣ୍ଡର ପରିବର୍ତ୍ତନ ନାମରେ ଛଟେଇ ବନ୍ଦ:
୧ ଅକ୍ଟୋବର ୨୦୨୬ଠାରୁ ନୂତନ ରକ୍ଷଣାବେକ୍ଷଣ ଟେଣ୍ଡର କାର୍ଯ୍ୟକାରୀ ହୋଇଥିବା ପରିପ୍ରେକ୍ଷୀରେ ଦୀର୍ଘଦିନ ଧରି କାର୍ଯ୍ୟରତ ଶ୍ରମିକମାନଙ୍କୁ କେବଳ ଟେଣ୍ଡର କିମ୍ବା ଏଜେନ୍ସି ପରିବର୍ତ୍ତନ ଆଧାରରେ ବୈଧ ପ୍ରକ୍ରିୟା ବିନା ଛଟେଇ ନକରିବାକୁ ଦାବି କରାଯାଇଛି।

୫. ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି:
ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶ ଓ ପ୍ରଯୋଜ୍ୟ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଷ୍ଟ୍ରକ୍ଚର ଓ କଣ୍ଟ୍ରୋଲ ରୁମରେ ଆବଶ୍ୟକ ମାନବ ସମ୍ବଳ ନିଶ୍ଚିତ କରିବାକୁ ଦାବି ହୋଇଛି। ଅପର୍ଯ୍ୟାପ୍ତ କର୍ମଚାରୀରେ କାର୍ଯ୍ୟ ଚାଲୁଥିବା ଅଭିଯୋଗର ତଦନ୍ତ ମଧ୍ୟ ଦାବି କରାଯାଇଛି।

୬. ଶ୍ରମ ଆଇନ ପାଳନ:
ଶ୍ରମ ଆଇନ, ମଜୁରୀ ସମ୍ବନ୍ଧୀୟ ନିୟମ, ଚୁକ୍ତିଗତ ସର୍ତ୍ତ ଓ କର୍ମଚାରୀଙ୍କ ବୈଧ ଅଧିକାର ଉଲ୍ଲଂଘନ କରୁଥିବା ଏଜେନ୍ସି କିମ୍ବା ଠିକାଦାରଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ

ଠିକା କର୍ମଚାରୀଙ୍କ ସମସ୍ୟା ନେଇ ଓକିଲ ତଥା ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପରିଜା, ଶେଖ ଆଜାଦ, ବସନ୍ତ ପଲେଇ ଓ ମନୋଜ କୁମାର ରାଉତରାୟଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କର୍ମଚାରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।

ଏହି ଅବସରରେ ଆନ୍ଦୋଳନକାରୀମାନେ ଓଡ଼ିଶାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ TPCODL ସିଇଓ ଗଜାନନ କାଳେଙ୍କ କୁଶପୁତ୍ତଳିକା ଦାହ କରିଥିବା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

୧୩ ଅକ୍ଟୋବରରୁ କାର୍ଯ୍ୟବନ୍ଦ ଚେତାବନୀ

ଛଟେଇ ହୋଇଥିବା ୩୬ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କୁ ତୁରନ୍ତ ପୁନଃନିଯୁକ୍ତି, ବକେୟା ଦରମା ପ୍ରଦାନ ଏବଂ ଶ୍ରମ ଆଇନ ଅନୁଯାୟୀ ଦରମା ପ୍ରଦାନ ସମେତ ଦାବିଗୁଡ଼ିକର ସମାଧାନ ନହେଲେ ୧୩ ଅକ୍ଟୋବର ୨୦୨୬ରୁ ପୁରୀରେ ସମସ୍ତ ପ୍

SPREAD YOUR LOVE WITH YOUR FRIENDS AND FAMILY

Leave a Reply