ନୟାଗଡ଼,ତା-୫.୧୦.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ଼ ଜିଲ୍ଲାପାଳଙ୍କ ଜନଶୁଣାଣୀରେ “ଜୟ ନୟାଗଡ଼ ଫାଉଣ୍ଡେସନ”ର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥା ଓ ତାହାର ସମାଧାନ ନେଇ ପ୍ରସ୍ତାବ ଦାବିପତ୍ର ପ୍ରଦାନ କରିଥିଲେ।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଜିଲ୍ଲାର ଦଶ ଲକ୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟସେବାର ମୁଖ୍ୟ କେନ୍ଦ୍ର ଅଟେ। ହେଲେ ଡାକ୍ତରଙ୍କ ଅଭାବ, ଜରୁରୀ ପରୀକ୍ଷା ନିରୀକ୍ଷା ଉପକରଣର ଅନୁପସ୍ଥିତି ଏବଂ ସୁରକ୍ଷା ଜନିତ ସମସ୍ୟା ଯୋଗୁଁ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।
‘ଜୟ ନୟାଗଡ଼ ଫାଉଣ୍ଡେସନ୍’ ପକ୍ଷରୁ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ, ଡାକ୍ତରଙ୍କ ସୁରକ୍ଷା ଏବଂ ଚିକିତ୍ସାଳୟର ସୁଚାରୁ ପରିଚାଳନା ପାଇଁ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକ ଜିଲ୍ଲା ପ୍ରଶାସନର ବିଚାରାର୍ଥେ ପ୍ରଦାନ କରାଯାଇଅଛି।

ମୁଖ୍ୟ ସମସ୍ୟା ଏବଂ ପ୍ରସ୍ତାବିତ ସମାଧାନ-
୧. ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ CDMO, DHH Superintendent ଏବଂ କାର୍ଯ୍ୟରତ ଡାକ୍ତରମାନଙ୍କ ସହ ଏକ ବିଶେଷ ସମୀକ୍ଷା ବୈଠକ ଆୟୋଜନ।
୨. ଖାଲିଥିବା Specialist Doctor ପଦବୀଗୁଡ଼ିକ ପୂରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜରୁରୀ ପତ୍ର ପ୍ରେରଣ।
୩. ICUକୁ ଆବଶ୍ୟକ Medical Team ଓ Equipment ସହିତ ସୁଦୃଢ଼ କରିବା।
୪. MRI, Ultrasound ଏବଂ ଅନ୍ୟାନ୍ୟ ଆବଶ୍ୟକ Diagnostic Service ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ।
୫. Nephrology/Dialysis ସେବାର କ୍ଷମତା ବୃଦ୍ଧି।
୬. PPP ମୋଡ୍ରେ Cardiology Service ଆରମ୍ଭ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ।
୭. TB & Chest Medicine, Orthopaedic ଏବଂ ENT Specialist Service ସୁଦୃଢ଼ କରିବା।
୮. Blood Component Separation Unit ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ।
୯. Orthopaedic ଏବଂ ENT Operation Theatreକୁ ଆବଶ୍ୟକ Equipment ଓ Medical Team ସହିତ ସକ୍ରିୟ କରିବା।
୧୦. Endoscopy ଏବଂ ଅନ୍ୟାନ୍ୟ ଆବଶ୍ୟକ Diagnostic Tests ଉପଲବ୍ଧ କରାଇବା।
୧୧. DHHରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ Security ଏବଂ CCTV ବ୍ୟବସ୍ଥା କରିବା।
ଆସନ୍ତା ତା୮ ଅକ୍ଟୋବର ୨୦୨୬ରିଖରେ ଜୟ ନୟାଗଡ଼ ଫଉଣ୍ଡେସନର ପ୍ରତିନିଧିମଣ୍ଡଳ ସହ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ମହୋଦୟା ସମୟ ପ୍ରଦାନ କରିଅଛନ୍ତି। ଆଜି ଦାବିପତ୍ର ପ୍ରଦାନ କରିବା ସମୟରେ ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଉପଦେଷ୍ଟା ଶ୍ରୀଧର ପ୍ରଧାନ, ଏମ. ଅନୁରାଗ ସ୍ୱାଇଁ, ଜିତେନ୍ଦ୍ର କୁମାର ସାହୁ, ମଲ୍ଲିକ ମହମ୍ମଦ ମୁବାସିର, ଟ୍ରକ ମାଲିକ ସଂଘ ସଦସ୍ୟ ରଜାକଦିନ ଖାଁ, ଉମାକାନ୍ତ ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
ଧନ୍ୟବାଦର ସହ











