Home / ମୁଖ୍ୟ ଖବର / ୧୨୦ ଅଭିଯୋଗ ର ଶୁଣାଣି

୧୨୦ ଅଭିଯୋଗ ର ଶୁଣାଣି

ପୁରୀ ୫/୧୦ ଆଜି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ।ଏହି ଶୁଣାଣି ରେ ମୋଟ ୧୨୦ ଗୋଟି ଅଭିଯୋଗ ପତ୍ର ମିଳିଥିଲା।ସେଥିରୁ ବ୍ୟକ୍ତିଗତ ୧୦୦ ଗୋଟି, ସାମୁହିକ ୯ ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ୧୧ ଗୋଟି ଆବେଦନ ପତ୍ର ମିଳିଥିଲା।ତନ୍ମଧ୍ୟରୁ ୧୪ ଟି ଆବାସ ଯୋଜନା ସମ୍ପର୍କରେ ଆବେଦନ ରହିଥିଲା। ତତକ୍ଷଣାତ ୧୨ ଗୋଟି ର ସମାଧାନ ହୋଇଥିଲା।ଚିକିତ୍ସା ସୁବିଧା ପାଇଁ ସିଏମଆରଏଫରୁ ତତକ୍ଷଣାତ ୪ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।


ଅନ୍ୟ ଗୁଡିକୁ ଆଇନ ଅନୁସାରେ ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପଠାଯାଇଥିଲା।ଏହି ଶୁଣାଣି ଶିବିରରେ ପୁରୀ ଏସପି ପ୍ରତୀକ ସିଂ,ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ସୁକାନ୍ତ ଚନ୍ଦ୍ର ରଥ, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ,ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply