ପୁରୀ ଆଜି ତା୦୮/୧୦/୨୦୨୬ରିଖ ଆଜି ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱ ରେ ଇଣ୍ଡିଆ ମେଣ୍ଟ ଦ୍ୱାରା ଓଡିଶା ବନ୍ଦ ପୁରୀ ମହାନଗର ନିଗମ ତଥା ପୁରୀ ସଦର ନିର୍ବାଚନ ମଣ୍ଡଳୀ ରେ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଓ ଶୃଙ୍ଖଳା ସହ ସଫଳ ହେଇଛି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ବ୍ୟାପକ ତୃଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଏମ.ଏମ.ଡି.ଆର ଆଇନ ପ୍ରତ୍ୟାହାର ଏବଂ ବନ୍ୟା ପିଡ଼ିତ ଙ୍କୁ ତୁରନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ ଦାବିରେ ସକାଳ ୬ଘଣ୍ଟା ଠାରୁ ଅପରାହ୍ନ ୬ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରାକୁ ବିଭିନ୍ନ ମହଲରେ ସ୍ବାଗତ ତଥା ସମର୍ଥନ ମିଳିଛି ଯଥା: ରାଜ୍ୟ ଅଟୋ ମହାସଂଘ ଓଡ଼ିଶା ବନ୍ଦ ପାଇଁ ତମାମ ରାଜ୍ୟ ରେ ଅଟୋ ଚଳାଚଳ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା ସେହିଭଳି ଘରୋଇ ବସ୍ ସଂପୂର୍ଣ୍ଣ ବନ୍ଦ ରହିଥିଲା ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଏବଂ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟ ସ୍ଥଗିତ ବା ଓକିଲ କାର୍ଯ୍ୟ ନକଲେ କିଛି ବିପରିତ ଆଦେଶ ହେବନାହିଁ ଏପରି ସମର୍ଥନ ମିଳିଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ପୁରୀ ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ଏଆଇସିସି ପୂର୍ବତନ ସଦସ୍ୟ ସୁଜିତ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ପୁଷ୍କର ମହାପାତ୍ର, ବୈଦ୍ୟନାଥ ପାଣି, ପୂର୍ବତନ ବ୍ରହ୍ମଗିରି ବ୍ଲକ ସଭାପତି ଆଇନଜୀବୀ ପ୍ରମୋଦ ପ୍ରଧାନ, ପ୍ରମୋଦ କୁମାର ପାଣ୍ଡି, କାଳୀ ପ୍ରସାଦ ନାୟକ, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ସ୍ବାଧୀନ କୁମାର ପଣ୍ଡା, କମ୍ୟୁନିଷ୍ଟ ପାର୍ଟି ନେତା ଜିଲ୍ଲା ଆଇନଜୀବୀ ସଂଘ ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ଇଣ୍ଡିଆ ବ୍ଲକ ମେଣ୍ଟର ଅନ୍ୟାନ୍ୟ ନେତା ଯଥା ପ୍ରଦିପ ମହାନ୍ତି ଏବଂ ସ୍ମୃତି ରଂଜନ ପତି, ଜିବେଶ ଚନ୍ଦ୍ର ରଥ, ପ୍ରଫୁଲ୍ଲ ମହାପାତ୍ର ଆଦି କଚେରି ଛକ ରାସ୍ତା ରୋକ କରି ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ।

ଦଳର ବରିଷ୍ଠ ନେତୃତ୍ୱ ମାନଙ୍କର ତତ୍ୱାବଧାନରେ ଶହ ଶହ କଂଗ୍ରେସ ଯୁବ କର୍ମୀ ରେଳବାଇ ଷ୍ଟେସନ, ବସ୍ ଷ୍ଟାଣ୍ଡ, ବଡ଼ ଦାଣ୍ଡ, ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ,କଲେଜ ଯାଇ ବନ୍ଦ ରଖିବା ପାଇଁ ଅନୁରୋଧ କରିଥିଲେ. ଆଜିର ବନ୍ଦ ରେ ପୁରୀ ର ସମସ୍ତ ପ୍ରବେଶ ପଥ ଗୁଡିକ ବିଭିନ୍ନ ଗ୍ରୁପ ଦ୍ୱାରା ବନ୍ଦ ରଖାଯାଇଥିଲା. ତା ସହିତ କଚେରୀ ଛକ ଠାରେ ଜୋରଦାର ବିକ୍ଷୋଭ ପରେ ଶହ ଶହ କର୍ମୀ ପୁରୀ -୧ଏବଂ ପୁରୀ – ୨ରେ ଦୁଇ ଭାଗରେ ବିଭକ୍ତ ହୋଇ ବନ୍ଦ ପାଇଁ ଅନୁରୋଧ ଜଣାଇଥିଲେ. ବରିଷ୍ଠ କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ୟ,ଉପସଭାପତି ସୁକାନ୍ତ ପ୍ରଧାନ, ସ୍ୱାଧୀନ ପଣ୍ଡା,ଉପସଭାପତି ବିଶ୍ୱରଂଜନ ସାମନ୍ତରାୟ, ସାଧାରଣ ସମ୍ପାଦକ ଅଶ୍ୱିନୀ ବଳବନ୍ତରାୟ, ସମ୍ପାଦକ ଅମୀୟ ମହାପାତ୍ର,ଛାତ୍ର ନେତା ଆଶୁତୋଷ ମିଶ୍ର, ଅନୁସୂଚିତ ଜାତି ପୁରୀ ମହାନଗର ନିଗମ ସଭାପତି କୁଶ ସେଠି, ରିଶାନ ଦାସ ଏବଂ ସାହିଲ ପ୍ରମୁଖ ପୁରୀ -୨ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ. କୋଷାଧକ୍ଷ ଶ୍ରୀ ଆର୍ତତ୍ରାଣ ସାହୁ, ବରିଷ୍ଠ ନେତା ସୁଜିତ ମହାପାତ୍ର, ପୂର୍ବତନ ପିସିସି ସମ୍ପାଦକ ବିଶ୍ୱନାଥ ଦାଶ ଟାଉନ ସଭାପତି ବିଶ୍ୱରଂଜନ ମହାପାତ୍ର, ଛାତ୍ର ନେତା ଆଦର୍ଶ ମିଶ୍ର ପ୍ରମୁଖ ପୁରୀ -୧ ଶୋଭାଯାତ୍ରା ର ନେତୃତ୍ୟ ନେଇଥିଲେ.ଶେଷରେ ସମସ୍ତେ ଅଠର ନଳା ଠାରେ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜେଶ ମିଶ୍ର ଙ୍କ ନେତୃତ୍ୟ ରେ ଜୋରଦାର ବିକ୍ଷୋଭ ଏବଂ ନାରାବାଜି କରି ବନ୍ଦ କୁ ସଫଳତା ର ସହ ସମାପନ କରିଥିଲେ ।











