Home / ମୁଖ୍ୟ ଖବର / ନିଜ ଆଖିକୁ ଭଲ ପାଆନ୍ତୁ ଓ ଏହାର ଯତ୍ନ ନିଅନ୍ତୁ

ନିଜ ଆଖିକୁ ଭଲ ପାଆନ୍ତୁ ଓ ଏହାର ଯତ୍ନ ନିଅନ୍ତୁ

ପୁରୀ, ୮ ଅକ୍ଟୋବର ୨୦୨୬: ବିଶ୍ୱ ଦୃଷ୍ଟି ଦିବସ ୨୦୨୬- ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଳା ସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ଆଜି ଜିଲ୍ଳା ସ୍କୁଲ୍ଥ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ରହିଛି “ନିଜ ଆଖିକୁ ଭଲ ପାଆନ୍ତୁ ଓ ଏହାର ଯତ୍ନ ନିଅନ୍ତୁ”। ଏହି ସଚେତନତା ସଭାରେ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ର ପ୍ରଫେସର ଡାକ୍ତର ରାଜେନ୍ଦ୍ର କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଡିଜିଟାଲ୍ ଯୁଗରେ ଆଖିର ସୁରକ୍ଷା ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ସେ ବିଶେଷ ଆଲୋକପାତ କରିଥିଲେ। ଚକ୍ଷୁ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଅର୍ଚ୍ଚନା ରଥ ମଧ୍ୟ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ଚକ୍ଷୁର ଯତ୍ନ ଏବଂ ଚକ୍ଷୁ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ, ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ବିଶେଷ ପ୍ରଦର୍ଶନୀ (Presentation) ମାଧ୍ୟମରେ ସମସ୍ତଙ୍କୁ ଅନେକ ତଥ୍ୟ ବିଷୟରେ ଅବଗତ କରାଯାଇଥିଲା। ତତ୍ ସହିତ ସମସ୍ତଙ୍କୁ ନିମ୍ନ ଲିଖିତ ଜରୁରୀ ପରାମର୍ଶ ମଧ୍ଯ ଦିଆଯାଇଥିଲା । ଯେପରିକି :-

  • ନିୟମିତ ବିରତି (Eye Breaks): କମ୍ପ୍ୟୁଟର, ମୋବାଇଲ୍ ବା ଟିଭି ସ୍କ୍ରିନ୍ ବ୍ୟବହାର ସମୟରେ ଆଖିକୁ ଆରାମ ଦେବା ପାଇଁ ନିୟମିତ ବ୍ୟବଧାନରେ ବିରତି ନେବା ଉଚିତ।
  • ଆଖିର ଛୋଟ ସମସ୍ୟାକୁ ଅଣଦେଖା ନକରିବା: ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା, ଆଖିରୁ ପାଣି ବାହାରିବା କିମ୍ବା ବିନ୍ଧା ହେବା ଭଳି ଛୋଟ ଛୋଟ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
  • ବାର୍ଷିକ ଚକ୍ଷୁ ପରୀକ୍ଷା: ବର୍ଷକୁ ଅତିକମରେ ଥରେ ନିଜର ଚକ୍ଷୁ ପରୀକ୍ଷା କରାଇବା ଜରୁରୀ।

ଏହି ଅବସରରେ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ସଚେତନତା କିପରି ଆହୁରି ବୃଦ୍ଧି ପାଇବ ସେଥି ପାଇଁ ବିଶେଷ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ଶ୍ରୀ ବେଣୁଧର ନାୟକ ପରିଚାଳନା କରିଥିଲେ । ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) ଶ୍ରୀ ମନୋଜ କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply