ପୁରୀ ୨୭/୧୦ ତିନୋଟି ଯାକ ହବିଷ୍ୟାଳୀ କେନ୍ଦ୍ର ଗତକାଲି ଠାରୁ ଚଳଚଂଚଳ ହୋଇ ଉଠିଛି।ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରି ଯୋଗ୍ୟ ତାଲିକା ଭୁକ୍ତ ହୋଇଥିବା ମାଆ ମାନେ ୨୫ ତାରିଖରେ ବିଭିନ୍ନ ଜିଲ୍ଲା ରୁ ଆସି ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପଞ୍ଜିକୃତ ହୋଇ, ହବିଷ୍ୟାଳୀ ପରିଚୟ ପତ୍ର ସଂଗ୍ରହ କରି ନିଜ ନିଜ ରୁମରେ ରହିଥିଲେ।ଗତକାଲି ସଂକଳ୍ପ କରି ବ୍ରତ ଆରମ୍ଭ କରିଥିବା ମାଆ ମାନେ ବୃନ୍ଦାବତୀ ପୂଜା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ସଂଧ୍ୟାରେ ମହାପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଅପରପକ୍ଷରେ ଅଣ ପଞ୍ଜିକୃତ ମାଆ ଯେଉଁ ମାନେ ପ୍ରଥମ ଦିନରୁ ଆସିଥିଲେ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସେମାନ ଙ୍କୁ ରଖାଯାଇଥିଲା, ସେମାନ ଙ୍କୁ କ୍ଷମତା ଅନୁସାରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ରେ ରଖାଯାଇଥିଲା।ଏହା ସହ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କେନ୍ଦ୍ର ର ସଂପୂର୍ଣ୍ଣ ପଞ୍ଜିକରଣ ଅନଲାଇନ ଓ ଅଫଲାଇନରେ ପୂର୍ଣ୍ଣାଙ୍ଗ ହୋଇ ସାରିଛି ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।ହବିଷ୍ୟାଳୀ ମାଆ ମାନେ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଏହି ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ରହିବେ ଓ ବ୍ରତ ପାଳନ କରିବେ।ସେମାନଙ୍କ ସୁରକ୍ଷା, ଶୃଙ୍ଖଳା ଓ ସୁବିଧା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନ ଙ୍କୁ ଦାୟିତ୍ୱ ଦିଆଯାଇଛି।
ହବିଷ୍ୟାଳୀ କେନ୍ଦ୍ର ରେ ରହିଲେ ମାଆ ମାନେ।
No Comments
October 28, 2026 12:58 pm

Previous Article
Next Article

ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ – ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ବି ସତ୍ୟାଗ୍ରହୀଙ୍କ ମନୋବଳ ଭାଙ୍ଗିପାରିନି
ଶ୍ରୀକ୍ଷେତ୍ର ୟୁଥ କଲ୍ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତସଙ୍ଗୀତରେ ଝୁମିଲେ ଦର୍ଶକ

Related Posts
କୁଶୁପୁରରେ ପ୍ୟାକେଜ୍ଡ ପାଣି କାରଖାନା ଉପରେ ଚଢ଼ାଉ : ବିଆଇଏସ୍ ଓ ପ୍ରଶାସନିକ ...
October 28, 2026
ଶ୍ରୀକ୍ଷେତ୍ର ୟୁଥ କଲ୍ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପି ...
October 28, 2026





