Home / ମୁଖ୍ୟ ଖବର / ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତସଙ୍ଗୀତରେ ଝୁମିଲେ ଦର୍ଶକ

ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତସଙ୍ଗୀତରେ ଝୁମିଲେ ଦର୍ଶକ

ପୁରୀ ୨୭/୧୦ – ଶ୍ରୀକ୍ଷେତ୍ର ଯୁବ ସଂସ୍କୃତିକ ସଂସଦ ଆନୁକୂଲ୍ୟରେ ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମି ଠାରେ ଆୟୋଜିତ ହୋଇଥିବା ୪୭ତମ କୁମାର ଉତ୍ସବ ସୋମବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ଇଣ୍ଡିଆ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ଓଲିଉଡ୍ ଓ ବଲିଉଡ ସଙ୍ଗୀତ। ଉଦ୍‌ଜାପାନୀ ସନ୍ଧ୍ୟାରେ ସଂପାଦକ ସନ୍ତୋଷ ଶତପଥୀ ସଭାପତିତ୍ବ କରିଥିଲେ ।ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ।ଏହି ଅବସରରେ ଅତିଥି ମାନେ ନିଜ ଅଭିଭାଷଣରେ ଦେଶର ସାଂସ୍କୃତିକ ବିବିଧତାକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ

କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟ ରହିଥିବାରୁ ଅନୁଷ୍ଠାନର ଉତ୍ତର ଉତ୍ତର ଉନତି କାମନା କରିବା ସହ ଆଗକୁ ଅନୁଷ୍ଟାନ ଏହିପରି ଭାବରେ କାର୍ଯ୍ୟ ଜାରି ରହୁ ବୋଲି କହିଥିଲେ। ଏହା ପରେ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ଭଏସ ଅଫ କୁମାର ଉତ୍ସବ ପ୍ରତିଯୋଗିତାର ବିଜେତା କୁନା ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଲିଟିଲ୍ ମିସ୍ ଶ୍ରେୟଂଶୀ ସ୍ୱାଇଁ ଏବଂ ଲିଟିଲ୍ ମାଷ୍ଟର ଆୟନ ମୁଦୁଲି ଙ୍କୁ କ୍ରାଉନ୍ ଓ ଟାଇଟଲ ବ୍ୟାଣ୍ଡ ପ୍ରଦାନ କରାଯାଇଥିଲା ।ସଭାକାର୍ଯ୍ୟ ପରେ ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ପୁରୀର ଶ୍ରୀକଳା ନିକେତନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରାଯିବ। ଏହାର ନୃତ୍ୟ ସଂଯୋଜନା କରିଥିଲେ ରଜଲିନ ମହାନ୍ତି। ଏଥିସହ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା ପକ୍ଷରୁ ପଶ୍ଚିମବଙ୍ଗର ସୃଜନଶୀଳ ନୃତ୍ୟ ଏବଂ ଉତ୍ତର-ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଦିମାପୁର ପକ୍ଷରୁ ଆସାମର ନୃତ୍ୟ ପରିବେଷଣ କରିଥିଲେ। ଭାରତୀୟ ସଙ୍ଗୀତ ଜଗତର ପରିଚିତ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କ ସଙ୍ଗୀତ ପରିବେଷଣ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା। କାର୍ଯ୍ୟକ୍ରମକୁ ସଞ୍ଜୀବ ପରିଡ଼ା ସଂଯୋଜନା କରିଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply