Home / ମୁଖ୍ୟ ଖବର / ୭୩ ଅଭିଯୋଗ ର ଶୁଣାଣି

୭୩ ଅଭିଯୋଗ ର ଶୁଣାଣି

ପୁରୀ ୨/୧୧ ଆଜି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ।ଏହି ଶୁଣାଣି ରେ ମୋଟ ୭୩ ଗୋଟି ଅଭିଯୋଗ ପତ୍ର ମିଳିଥିଲା।ସେଥିରୁ ବ୍ୟକ୍ତିଗତ ୬୧ ଗୋଟି ଆବେଦନ ପତ୍ର ମିଳିଥିଲା। ତତକ୍ଷଣାତ ୪ ଗୋଟି ର ସମାଧାନ ହୋଇଥିଲା।ଅନ୍ୟ ଗୁଡିକୁ ଆଇନ ଅନୁସାରେ ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପଠାଯାଇଥିଲା।ଏହି ଶୁଣାଣି ଶିବିରରେ ପୁରୀ ଏସପି ପ୍ରତୀକ ସିଂ,ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ବିଜୟା ନନ୍ଦ ସେଠୀ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ସୁକାନ୍ତ ଚନ୍ଦ୍ର ରଥ, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଆସନ୍ତା ୯ ତାରିଖରେ ନିମାପଡା ବ୍ଲକ ସମ୍ମିଳନୀ ଗୃହରେ,୧୬ ତାରିଖରେ କଣାସ ବ୍ଲକ ସମ୍ମିଳନୀ ଗୃହରେ,୨୩ ତାରିଖରେ କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଓ ୩୦ ତାରିଖ ରେ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ ଗୃହରେ ଦିବା ୧୦ ଘଟିକା ଠାରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply