ପୁରୀ ୪/୧୧ ସ୍ବର୍ଗଦ୍ବାର ରେ ଶୁଭୁଥିଲା ଡାକ୍ତର ଅଶୋକ ମହାପାତ୍ର ଅମର ରହେ ର ଧ୍ବନି ।ଭାବ ବିହ୍ୱଳ ପରିବେଶ ରେ ପୁରୀ ସ୍ବର୍ଗଦ୍ବାର ଚହଲି ଯାଇଥିଲା। ଆତ୍ମୀୟ ସ୍ବଜନ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସୁସ୍ଥ ହୋଇ ଯାଇଥିବା ରୋଗୀମାନଙ୍କ ଲୁହ ଓ କୋହ ରେ ଭାରାକ୍ରାନ୍ତ ହୋଇ ଉଠିଥିଲା ସ୍ବର୍ଗଦ୍ବାର। ଭୁବନେଶ୍ୱର ର ଏମ୍ସ ଓ ସମ୍ ରେ ଶୋକ ଶ୍ରଦ୍ଧାଞ୍ଜଳି ପ୍ରଦାନ ପରେ,ଦାସିଆ ବାଉରୀ ପୀଠ, ସତ୍ୟବାଦୀ ଓ ଜନ୍ମିତ ଗାଁ ବୀରଗୋବିନ୍ଦପୁର ଠାରେ ପଦ୍ମଶ୍ରୀ ସ୍ବର୍ଗତ ଡା ମହାପାତ୍ରଙ୍କୁ ପୁଷ୍ପ ଅର୍ଘ୍ୟ ପ୍ରଦାନ କରାଯାଇଥିଲା। ପୁରୀ ସ୍ବର୍ଗଦ୍ବାର ଠାରେ ପ୍ରଫେସର ଡା ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ

ମରଶରୀର ପହଁଞ୍ଚିବା ପରେ ତାଙ୍କୁ ପୁରୀ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆ ଯାଇଥିଲା। ସ୍ବର୍ଗଦ୍ବାର ଠାରେ ସାଂସଦ ଡାକ୍ତର ସମ୍ବିତ ପାତ୍ର,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଉପଜିଲ୍ଲାପାଳ ରାଜ କିଶୋର ଜେନା, ଉପ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ମହାପାତ୍ର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ସିବିଚ ଥାନା ଆଇଆଇସି ମାନସ ରଞ୍ଜନ ଚକ୍ର, ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସମାଜସେବୀ ଡକ୍ଟର ବଦ୍ରି ମିଶ୍ର,ମନୋଜ ରଥ, ଉମାବଲ୍ଲଭ ମହାପାତ୍ର, ସୁଶାନ୍ତ କୁମାର ରଥ,ଅଜୁ ମିଶ୍ର, ବ୍ରଜବନ୍ଧୁ ମହାରଣା,ସ୍ବର୍ଗତ ମହାପାତ୍ରଙ୍କ ଭାଇ ଶ୍ରୀକାନ୍ତ ମହାପାତ୍ର ଓ ବିଜୟ ମହାପାତ୍ର,ଭଉଣୀ ଶୁଭଶ୍ରୀ ମହାପାତ୍ର, ପ୍ରସନ୍ନ ନନ୍ଦ, ରମାକାନ୍ତ ମିଶ୍ର, ଉପେନ୍ଦ୍ର ବିଶ୍ଵାଳ,ଭଣଜା ଜୟଦେବ ମିଶ୍ର ଓ ପ୍ରିୟଦର୍ଶୀ ନନ୍ଦ, ଡକ୍ଟର ବିଶ୍ଵନାଥ ମିଶ୍ର, ମଧୁସୂଦନ ମିଶ୍ର ପ୍ରଜାପତି ବ୍ରହ୍ମକୁମାରୀ,ମିଶନ ଓଡ଼ିଶା, ଓଡ଼ିଶା ଯୁବ ଚେତନା ସଂଗଠନ, ସାହିଭାଇ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ସମେତ,ବୀର ଗୋବିନ୍ଦ ପୁର ଓ ସତ୍ୟବାଦୀ ର ଗ୍ରାମବାସୀ ଓ ଅନେକ ମୁଖିଆ ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମୁଖାଗ୍ନି ଦେଇଥିଲେ ପୁତୁରା ଶୁଭାଶିଷ ମହାପାତ୍ର।









