Home / ମୁଖ୍ୟ ଖବର / କେତୁଗ୍ରସ୍ତାସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ତା୨୫/୧୦/୨୦୨୨ ରିଖ ,ମଙ୍ଗଳବାର (କାର୍ତ୍ତିକ ଅମାବାସ୍ୟା) ।

କେତୁଗ୍ରସ୍ତାସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ତା୨୫/୧୦/୨୦୨୨ ରିଖ ,ମଙ୍ଗଳବାର (କାର୍ତ୍ତିକ ଅମାବାସ୍ୟା) ।

amabasya min

ଉତ୍କଳ ପ୍ରଦେଶକୁ କେତୁଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ତା୨୫/୧୦/୨୦୨୨ ରିଖ ତୁଳା ଦି୯ନ କାର୍ତ୍ତିକ ଅମାବାସ୍ୟା ମଙ୍ଗଳବାର ।

       🔸️(ବିବରଣୀ ) 🔸️

(I.S.T. ଅନୁସାରେ ) ପୁରୀକୁ

ସୂର୍ଯ୍ୟୋଦୟ – ପ୍ରାତଃ ଘ୫/୪୮/୨୪ ସେକେଣ୍ଡ ।
ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ ୫ /୧୩ /୧୮ ସେକେଣ୍ଡ ।

◾️ପୁରୀକୁ ଗ୍ରହଣ ସ୍ପର୍ଶ ଓ ମୋକ୍ଷାଦି –ଅନୁସାରେ

🔹️ ଗ୍ରହଣ ସ୍ପର୍ଶ – ଦିବା ଘ ୪/୫୬/୫୨ ସେକେଣ୍ଡ (IST) ପଶ୍ଚିମ ବାୟବ୍ୟେ (ଦୃଶ୍ୟ) ।

🔹️ଗ୍ରହଣ ମଧ୍ୟକାଳ – ସନ୍ଧ୍ୟା ଘ୫/୪୩/୪୬ ସେକେଣ୍ଡ (I S T ) (ଅଦୃଶ୍ୟ) ।

🔹️ସର୍ବମୋକ୍ଷ – ସନ୍ଧ୍ୟା ଘ୬/୨୬/୫୨ ସେକେଣ୍ଡ (I S.T) (ଅଦୃଶ୍ୟ) ।

🔴ଗ୍ରହଣ ଆଦ୍ୟନ୍ତ କାଳ – ଘ୧/୩୦/୦ ସେକେଣ୍ଡ ମାତ୍ର ।

🔺️ ଏ ଉପରାଗ ( ଗ୍ରହଣ) ୧୬ ମିନିଟ୍‌ ୨୬ ସେକେଣ୍ଡ ପାଇଁ ପୁରୀକୁ ଦୃଶ୍ୟ ହେବ । ଏ ଗ୍ରହଣ ସୂର୍ଯ୍ୟାସ୍ତ ସମୟକୁ ପାଞ୍ଚ ବିଶ୍ବା ପାଞ୍ଚ ଗଣ୍ଡା (ବି୫/୫) ଗ୍ରାସ ଥାଇ ସୂର୍ଯ୍ୟାସ୍ତ ହେବେ ।

🔹️ପାକତ୍ୟାଗ – ତା୨୪/୧୦/୨୦୨୨ ସୋମବାର ରାତ୍ରି ଶେଷ ଘ୪/୫୭ ମିନିଟ୍ ଠାରୁ ଅନ୍ନ ଭୋଜନ, ପାକକର୍ମ ଓ ଦେବ ନୀତି ନିଷେଧ ।

କିନ୍ତୁ ବାଳକ , ବୃଦ୍ଧ, ଆତୁର ଓ ରୋଗୀମାନଙ୍କ ପାଇଁ ଉକ୍ତ ନିୟମ ଲଂଘନୀୟ ।

ତା୨୬/୧୦/୨୦୨୨ ବୁଧବାର ସୂର୍ଯ୍ୟଦର୍ଶନ ପରେ ଦେବଦେବୀମାନଙ୍କର ମହାସ୍ନାନ କରାଯାଇ ପାକକର୍ମ ଓ ଦେବନୀତି କରଣୀୟ ।

🔸️ଏହି ଗ୍ରହଣ ନିମନ୍ତେ ( ରାତ୍ରି ଶେଷ ଘ୪/୫୭ ମିନିଟ୍ ଠାରୁ ଗ୍ରହଣ ସମୟରେ ଦେବଦେବୀମାନଙ୍କର ପହୁଡ ନହୋଇ ଫଳମୂଳ , ଶୁଷ୍କ ଦ୍ରବ୍ୟ ନୈବେଦ୍ୟ କରାଯାଇପାରିବ ।

ସର୍ବମୋକ୍ଷ ପରେ ମହାସ୍ନାନ କରାଇ ପାକକର୍ମ ଓ ରନ୍ଧନଦ୍ରବ୍ୟ ନୈବେଦ୍ୟ କରଣୀୟ ।

◾️ଓଡ଼ିଶା ରାଜ୍ୟରେ ବିଭିନ୍ନ ସ୍ଥାନ ପାଇଁ ସ୍ପର୍ଶ ଓ ସର୍ବମୋକ୍ଷ ସମୟ ।

(ତା୨୫।୧୦୮୨୦୨୨ ମଙ୍ଗଳବାର )

🔸️ ଅନଗୁଳ – ଅପରାହ୍ନ ଘ୫/୫୦/୪୭ରୁ ସନ୍ଧ୍ୟା ଘ୬/୪୪/୪୦

🔸️ଜୟପୁର ଅପରାହ୍ନ ଘ୫/୧୦/୪୮ରୁ ସନ୍ଧ୍ୟା ଘ୬/୪୦/୪୮

🔸️ସମ୍ବଲପୁର ଅପରାହ୍ନ ଘ୫/୪/୪ରୁ ସନ୍ଧ୍ୟା ଘ୬/୩୪/୪

🔸️ବଲାଙ୍ଗର ଅପରାହ୍ନ ଘ୫/୬/୨୦ରୁ ସନ୍ଧ୍ୟା ଘ୬/୩୬/ ୨୦

🔸️ନବରଙ୍ଗପୁର ଅପରାହ୍ନ ଘ୫/୯/୪୪ରୁ ସନ୍ଧ୍ୟା ଘ୬/୩୯/୪୪

🔸️ରାଉରକେଲା ଅପରାହ୍ନ ଘ୫/୦/୪୮ରୁ ସନ୍ଧ୍ୟା ଘ୬/୩୦/୪୮

🔸️ଭବାନୀପାଟଣା ଅପରାହ୍ନ ଘ୫/୭/୪୦ ରୁ ସନ୍ଧ୍ୟା ଘ୬/୩୭/୪୦

🔸️କଟକ ଦିବା ଘ ୪/୫୬/୩୬ ରୁ ସନ୍ଧ୍ୟା ଘ୬/୨୬/ ୩୨

🔸️ରାୟଗଡ଼ା ଅପରାହ୍ନ ଘ୬/୬/୨୮ରୁ ସନ୍ଧ୍ୟା ଘ୬/୩୬/୨୮

🔸️ସୁନ୍ଦରଗଡ଼ ଅପରାହ୍ନ ଘ୫/୪/୧୨ରୁ ସନ୍ଧ୍ୟା ଘ୬/୩୪ /୧୨

🔴 ଗ୍ରହଣ ଦର୍ଶନେ ଚନ୍ଦ୍ର ଅଶୁଦ୍ଧି- ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ ।

🔸️ଗ୍ରହଣ ସମୟରେ ସ୍ନାନ, ଦାନ, ହୋମ, ଜପ ଓ ତାନ୍ତ୍ରିକ ସିଦ୍ଧି କାର୍ଯ୍ଯମାନ କରଣୀୟ ।

(ଗ୍ରହଣ ସମସୟେ ମୂଳ ସଂଗ୍ରହ ଓ ଜପକାର୍ଯ୍ୟରେ ମଧ୍ଯ ସିଦ୍ଧି ମିଳିଥାଏ । ଏ ସମୟରେ ଶୟନ, ଭୋଜନ, ମୈଥୁନ ନିଷିଦ୍ଧ ଅଟେ ।)

🔸️ବିଶେଷ ସୂଚନା-

ଚନ୍ଦ୍ର- ସୂର୍ଯ୍ୟ ଗ୍ରହଣ ସମୟରେ ଶୟନ, ଭୋଜନ, ମୈଥୁନ, ମୂତ୍ର-ପୂରିଷ ତ୍ଯାଗ, ତୈଳାଭ୍ଯଙ୍ଗ ଇତ୍ୟାଦି କର୍ମ ବର୍ଜନୀୟ । ଏବଂ ଗର୍ଭବତୀ ନାରୀମାନେ କାଟିବା, ବାଟିବା, ଛେଚିବା, ସିଲାଇ କରିବା ଆଦି କାର୍ଯ୍ୟ କରିବେ ନାହିଁ । ଏ ସମୟରେ ନିରବ ଓ ଶାନ୍ତ ଭାବରେ ସ୍ଥିର ରହିବା ଶ୍ରେୟ ଅଟେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply