Home / ଶିକ୍ଷା / ସତ୍ୟବାଦୀ ରେ ଅନୁଷ୍ଟିତ ହେଲା ଭାରତ ବିକାଶ ପରିଷଦର ରାଜ୍ୟସ୍ତରୀୟ ଉତ୍ସବ

ସତ୍ୟବାଦୀ ରେ ଅନୁଷ୍ଟିତ ହେଲା ଭାରତ ବିକାଶ ପରିଷଦର ରାଜ୍ୟସ୍ତରୀୟ ଉତ୍ସବ

ସତ୍ୟବାଦୀ : ତା ୧୬.୧୦.୨୨ ଆଜି ସତ୍ୟବାଦୀ ବ୍ଲକ୍ ସ୍ଵର୍ଣ୍ଣ ମଣ୍ଡପ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ଭାରତ ବିକାଶ ପରିଷଦର ରାଜ୍ୟସ୍ତରୀୟ ଉତ୍ସବ ରାଷ୍ଟ୍ରୀୟ ସମୂହ ଗାନ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ସ୍କୁଲ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ସମୂହ ରାଷ୍ଟ୍ରୀୟ ସଙ୍ଗୀତ ଏବଂ ପ୍ରାନ୍ତୀୟ ସଙ୍ଗୀତ ଗାନ କରିଥିଲେ। ଆଜିର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବାଞ୍ଚଳ ସଭାପତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସଭାପତି ସତ୍ୟବାଦୀ ଦାସ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥଲେ। ଆଜିର କାର୍ଯ୍ୟକ୍ରମକୁ ଡାକ୍ତର ମଞ୍ଜୁଳା ମହାନ୍ତି ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply