Home / ଶିକ୍ଷା / ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଦେବୀ ନଦୀବନ୍ଧରେ ବୃକ୍ଷରୋପଣ

ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଦେବୀ ନଦୀବନ୍ଧରେ ବୃକ୍ଷରୋପଣ

whatsapp image 2023 09 08 at 18.28.04

କାକଟପୁର ତା ୮/୯,ବିଜେଡ଼ି ର ୨୫ ବର୍ଷ ପୂର୍ତ୍ତି ଅବସର ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦେବୀ ନଦୀ ବନ୍ଧ ରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ। ଏହା ପରେ ବିଜୁ ଛାତ୍ର ଜନତା ଦଳ ର କର୍ମୀ ମାନେ ଦେବୀ ନଦୀ ବନ୍ଧ ଓ ନଇଗୁଆଁ ବୋରେଇ ଦଣ୍ଡା ଠାରେ ୬୦୦ ରୁ ଉର୍ଦ୍ଧ ବୃକ୍ଷ ଚାରା ରୋପଣ କରିଥିଲେ। ଏହା ଦ୍ଵାରା ଦେବୀ ନଦୀ ବନ୍ଧ ସୁଦୃଢ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିବା ବେଳେ ନଇଗୁଆଁ ର ବୋରେଇ ଦଣ୍ଡା ଠାରେ ଏକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ହୋଇ ପାରିବ ବୋଲି ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଥିଲେ। ବିଜୁ ଯୁବ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ ନାୟକ, ରୁଦ୍ର ପ୍ରସାଦ ଲେଙ୍କା, ବିକାଶ ତ୍ରିପାଠୀ, ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଙ୍କ ନେତୃତ୍ୱ ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply