Home / ମୁଖ୍ୟ ଖବର / ଧଳା ଜହର ଜବତ, ଜଣେ ଗିରଫ., ବାଇକ ଜବତ

ଧଳା ଜହର ଜବତ, ଜଣେ ଗିରଫ., ବାଇକ ଜବତ

whatsapp image 2023 09 08 at 18.27.43

କାକଟପୁର ତା ୮/୯,ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ମଲାମାଛ ଛକ ନିକଟରୁ ଜଣେ ଧଳାଜହର ବ୍ୟବସାୟୀ କୁ ଗିରଫକରିଛି କାକଟପୁର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇଁ କାକଟପୁର ଥାନାଧିକାରୀ ଙ୍କ ନେତୃତ୍ୱ ରେ ଏସଆଇ ପ୍ରିୟା ପ୍ରଧାନ, କନେଷ୍ଟବଳ ବବରୁବାହନ ମହାନ୍ତି,ହୃଦାନନ୍ଦ ମିଶ୍ରଙ୍କ ସମେତ ଏକ ଟିମ୍ ଶୁକ୍ରବାର ସକାଳୁ ମଲାମାଛ ଛକନିକଟରୁ ଜଣେ ଧଳାଜହର ବ୍ୟବସାୟୀ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ କୁମାର ସେନାପତି ତାଙ୍କ ନିକଟରୁ 10ଗ୍ରାମ 400ମିଲିଗ୍ରାମ ଧଳାଜହର ଜବତ କରିବା ସହ ଏକ ଫୋନ, ସ୍ପ୍ଲେଣ୍ଡର ପ୍ରୋ ଦୁଇ ଚକିଆ ଯାନ ଜବତ କରି କାକଟପୁର ଥାନା ଦଫା 20B NDPS ଆକ୍ଟ ରେ.କେଶ ନମ୍ବର 181/23,ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l କାକଟପୁର ଅଞ୍ଚଳରେ ଦିନକୁ ଦିନ ଧଳାଜହର ବ୍ୟବସାୟ ବୃଦ୍ଧି ପାଇ ଅନେକ ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଥିବାବେଳେ କାକଟପୁର ଥାନାରେ ନୂତନ ଆଇଆଇସି ଶ୍ରୀ ଉମେଶ ଚନ୍ଦ୍ର ସାହୁଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply