Home / ମୁଖ୍ୟ ଖବର / ମାନବ ସେବା ହିଁ ମାଧବ ସେବାକୁ ବ୍ରତ ଭାବେ ପାଳନ କରିଛନ୍ତି ଆଦିତ୍ୟ

ମାନବ ସେବା ହିଁ ମାଧବ ସେବାକୁ ବ୍ରତ ଭାବେ ପାଳନ କରିଛନ୍ତି ଆଦିତ୍ୟ

whatsapp image 2023 09 10 at 20.01.47

କାକଟପୁର ତା 10/09,ରକ୍ତଦାନ ଏକ ମହତ ଦାନ। ଏହାକୁ ପଣ କରିଛନ୍ତି ସାମ୍ବାଦିକ ଆଦିତ୍ୟ ଗରିବ ଲୋକମାନେ ଡାକ୍ତରଖାନା ରେ ରକ୍ତ ପାଇଁ ଡହଳ ବିକଳ ହେଉଥିବା ବେଳେ ଖବର ପାଇଲା ମାନେ ଦେବ ଦୂତ ଭାବେ ତାଙ୍କ ପାଖରେ ଛିଡା ହୁଅନ୍ତି ଆଦିତ୍ୟ ବେଉସା ସାମାଜିକ କର୍ମୀ ଭାବରେ ଜଣା ଶୁଣା ହୋଇଥିବା ବେଳେ ତାଙ୍କର ଆହୁରି ଏକ ପରିଚୟ ଜନ ମାନସରେ ସ୍ଥାନ ପାଇଛି,ରକ୍ତଦାନ ହେଉଛି ଜୀବନ ଦାନ। ଏମିତି ଅନେକ ଲୋକ ଅଛନ୍ତି ,ଅନ୍ୟକୁ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସବୁବେଳେ ଚେଷ୍ଟିତ। ସବୁବେଳେ ଅନ୍ୟର ବିପଦରେ ଠିଆ ହୋଇ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ନିସ୍ୱାର୍ଥପର ଭାବେ ଆଗେଇ ଆସନ୍ତି। ଏଭଳି ଜଣେ ଯୁବକ ହେଉଛନ୍ତି ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ଯୁବ ସମାଜସେଵୀ ତଥା ସାମ୍ବାଦିକ ଆଦିତ୍ୟ କୁମାର ରାଉତ l କଲେଜ ପଢା ସମୟରୁ ସେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଈବାରେ ସହଯୋଗ କରି ଆସୁଛନ୍ତି।ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସେ ଯେତିକି ଆନନ୍ଦ ପାଆନ୍ତି ରକ୍ତ ଅଭାବ ଖବର ପାଇଲେ ମାତ୍ରେ ଦିନରାତି ଏକ କରି ରକ୍ତ ର ଯୋଗାଡ଼ରେ ଲାଗିପଡ଼ନ୍ତି l ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ପଣ କରିଥିବା ଆଦିତ୍ୟ ଏବେ ସବୁରୀ ପ୍ରଶଂସାର ପାତ୍ର ହୋଇପାରିଛନ୍ତି l ରବିବାର ଦିନ ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅସ୍ତରଙ୍ଗ ବ୍ଲକ ଯୁବ ବିଜେଡି ଦ୍ୱାରା ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ସେ ତାଙ୍କର ୫୦ତମ ଥର ରକ୍ତଦାନ ପୂର୍ଣ୍ଣ କରି ରାଜ୍ୟ ସରକାରଙ୍କ କ୍ରୀଡା, ଯୁବାବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଏବଂ ଉତ୍ତରୀୟ ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ପୁରୀଜିଲ୍ଲା ଜୀବନ ବିନ୍ଦୁର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ଅସ୍ତରଙ୍ଗ ଯୁବ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ,ଅସ୍ତରଙ୍ଗ ବ୍ଲକ ବିଜେଡି ସଭାପତି କେଦାରନାଥ ବିଶ୍ୱାଳ,ଯୁବ ସମାଜସେବୀ ସତ୍ୟବ୍ରତ ଲେଙ୍କାଙ୍କ ଠାରୁ ଗ୍ରହଣ କରିଛନ୍ତି l ଉକ୍ତ ଶିବିରରେ ମୋଟ 145 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply