Home / ମୁଖ୍ୟ ଖବର / କାକଟପୁର ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସେଲର କର୍ମୀ ବୈଠକ

କାକଟପୁର ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସେଲର କର୍ମୀ ବୈଠକ

whatsapp image 2023 09 11 at 20.02.48

କାକଟପୁର ତା ୧୧/୯, କାକଟପୁର ନିର୍ବାଚନମଣ୍ଡଳୀର ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସେଲର ଏକ କର୍ମୀ ବୈଠକ ସେଲର ସଂଯୋଜକ ଜିତେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ କେନ୍ଦ୍ରର ହରିଜନ ମାରଣା ନୀତି, କୃଷି ଓ କୃଷକଙ୍କ ପ୍ରତି ଅବହେଳା, ଦରଦାମ ବୃଦ୍ଧି, ହରିଜନ ମାନଙ୍କ ପ୍ରତି ଅତ୍ୟାଚାର ବିରୁଦ୍ଧରେ ଉପସ୍ଥିତ କର୍ମୀମାନେ ତୀବ୍ର ସମାଲୋଚନା କରିଥିଲେ l ଉପରୋକ୍ତ ଦାବିଗୁଡିକ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ନଦିଅନ୍ତି ତେବେ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦିଆଯିବବୋଲି ପିସିସି ସଂଯୋଜକ ବାଙ୍କନିଧି ବେହେରା ମତପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଖ୍ୟା ଲଘୁ ସେଲର ଅଧ୍ୟକ୍ଷ ଶେଖ ଲିୟାକତ, କଂଗ୍ରେସ ନେତା ସୌମ୍ୟକାନ୍ତ ଖୁଣ୍ଟିଆ,ଜିଲ୍ଲା ସଭାପତି ଜୟକୃଷ୍ଣ ପଟ୍ଟନାୟକ, ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ,କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ପୂର୍ବତନ କାକଟପୁର ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାହୁ, ପୂର୍ବତନ କାକଟପୁର ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି କାକଟପୁର ପଂଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply