Home / ମୁଖ୍ୟ ଖବର / ପୁରୀରେ ଶ୍ରୀମଦ୍ ଭାଗବତ କଥା ଆରମ୍ଭ,

ପୁରୀରେ ଶ୍ରୀମଦ୍ ଭାଗବତ କଥା ଆରମ୍ଭ,

whatsapp image 2025 09 10 at 21.15.27 8f06a7b4

ପୁରୀ, ୧୦/୦୯/୨୦୨୫ – ପୁରୀ: ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରୁ ରାଜସ୍ଥାନ ଦୌସଉସା ଗିରାଜ ଆଲବେଲି ପରିବାର ଦ୍ୱାରା ଜଗନ୍ନାଥ ଧାମ ପବିତ୍ର ଭୂମିରେ ପୁରୀରେ ଅବସ୍ଥିତ କୋସାଲ ହୋଟେଲରେ ବୃନ୍ଦାବନ ର ପୂଜ୍ୟାଶ୍ରୀ ସୁମନ କିଶୋରୀ ଜୀ ଙ୍କ ଦ୍ୱାରା ସପ୍ତଦିନାତ୍ମକ ଭାଗବତ କଥା ଆରମ୍ଭ ହୋଇଛି। ଏହି ଅବସରରେ ମହା କଳଶ ଯାତ୍ରା ରେ ସମୁଦ୍ରରୁ ପାଣି ଭରିବା ପରେ ଭଜନ ସଙ୍ଗୀତ ସହିତ କଥା ସ୍ଥଳରେ ପହଂଚିଥିଲେ ଏବଂ ସେଠାରେ ଭାଗବତ କଥ ଜ୍ଞାନ ଗଙ୍ଗା ଆରମ୍ଭ ହୋଇଥିଲା | ଏହି ଅବସରରେ ଗୋପାଳ ଖଣ୍ଡେଲୱାଲ,ଓମ ପ୍ରକାଶ ଖଣ୍ଡେଲୱାଲ, ସତ୍ୟନାରାୟଣ ଚାନ୍ଦେଲୱାଲ, ମୁରାରିଲାଲ ଖଣ୍ଡେଲୱାଲ ଙ୍କ ସଂଯୋଜନା ରେ ଭୁବନେଶ୍ୱରରୁ ବିଜେପି ନେତା ତଥା ସାମାଜିକ କର୍ମୀ ଉମେଶ ଖଣ୍ଡେଲୱାଲ ଜୀ ଏବଂ ବରସାନାର ଅଜୟ ଖଣ୍ଡେଲୱାଲ ଜୀ ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧0 ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଭାଗବତ କଥା ଅନୁଷ୍ଠିତ ହେବ |

whatsapp image 2025 09 10 at 21.15.28 2a9920a5
SPREAD YOUR LOVE WITH YOUR FRIENDS AND FAMILY

Leave a Reply