Home / ମୁଖ୍ୟ ଖବର / ‘ବାପା’ ହେଉଛନ୍ତି ଅନୁଶାସନର ପ୍ରତୀକ

‘ବାପା’ ହେଉଛନ୍ତି ଅନୁଶାସନର ପ୍ରତୀକ

whatsapp image 2025 09 10 at 21.07.58 21124327

ପୁରୀ ତା, 10/9 ଅଭିନନ୍ଦନିକାର ପ୍ରତିଷ୍ଠାତା ସମ୍ପାଦକ ତଥା କବି ଶ୍ୟାମ ପ୍ରକାଶ ସେନାପତି ଙ୍କର କବିତା ପୁସ୍ତକ ‘ବାପା’ ର ସମୀକ୍ଷା ଆସର ବଡ଼ଦାଣ୍ଡ ସ୍ଥିତ ସେନାପତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଶିଷ୍ଟ ସାହିତ୍ୟିକ ଡ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସୁନାମଧନ୍ୟ ବେତାର କଣ୍ଠଶିଳ୍ପୀ ଜୀବନାନନ୍ଦ ଅଧିକାରୀ, ‘ଅନନ୍ତ ନିର୍ଝର’ ପତ୍ରିକାର ସମ୍ପାଦିକା ସରୋଜିନୀ ମିଶ୍ର,ବରିଷ୍ଠ ନାଟ୍ୟକାର ହେମନ୍ତ କୁମାର ଛୋଟରାୟ ଏବଂ ଚିତ୍ରଶିଳ୍ପୀ ଶଶିକାନ୍ତ ରାଉତ ପ୍ରମୁଖ ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ I ‘ବାପା’ ହେଉଛନ୍ତି ଅନୁଶାସନର ପ୍ରତୀକ I ମୁଠାଏ ମାଟିକୁ ଚନ୍ଦନ କରିବାର ମନ୍ତ୍ର ଶିଖାନ୍ତି I ସ୍ନେହ ଓ ଶାସନର ସେ ମହାଦ୍ରୁମ I ଯାହାଙ୍କର ଆଦର୍ଶକୁ ପ୍ରକାଶ କରିହୁଏ ନା ଭାଷାରେ,ଭାବରେ ଆଉ ଜ୍ଞାନରେ ସେ ହେଉଛନ୍ତି ବାପା I ମା’ ଘର ର ଗୌରବ ହେଲେ ବାପା ହିଁ ଏହାର ଅସ୍ତିତ୍ବ I ମା’ ପାଖରେ ଅଶ୍ରୁଧାର ଥିବାବେଳେ ବାପା ଙ୍କ ଆଖିରେ ଥାଏ ସଂଜମ I ମା’ ର ଆଖିରେ ପ୍ରଚୁର ମମତା ଭରି ରହିଥିବାବେଳେ ବାପାଙ୍କ ଆଖିରେ ଥାଏ କର୍ତ୍ତବ୍ୟବୋଧ I ସମୀକ୍ଷକ ମାନେ ଏହା ପ୍ରକାଶ କରିବା ସହିତ ‘ବାପା’ ଏକ ସାର୍ଥକ କବିତା ସଂକଳନ ବୋଲି ମତବ୍ୟକ୍ତ କରିଥିଲେ I କବି ଶ୍ରୀ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply