କାକଟପୁର ତା ୧୭/୯, ( ତୁଷାର ଦୀକ୍ଷିତ )ଆଜି କାକଟପୁର ଠାରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କରାଯିବାକୁ ଥିବାବେଳେ ବିରୋଧୀ ଦଳ କଂଗ୍ରେସ କର୍ମୀ ଗତକାଲି ରାତିରୁ ସେମାନଙ୍କର ରଣକୌଶଳ ପ୍ରସ୍ତୁତ କରିଥିଲେ l ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କାକଟପୁର ରେ ପହଞ୍ଚିବା ମାତ୍ରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ମାନେ ପ୍ରତିବାଦ ଏବଂ ବିରୋଧ ସହିତ କଳାପତାକା ପ୍ରଦର୍ଶନ ପୂର୍ବକ କାକଟପୁର ର ବିଭିନ୍ନ ସମସ୍ୟା କୁ ସମାଧାନ କରିବାର ପ୍ରତିଶୃତି ଧୂଆବାଣ ସହ ସମାନ ବୋଲି ନାରା ଦେବାପାଇଁ ପ୍ରସ୍ତୁତ ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ୧୨ ରୁ ଉର୍ଦ୍ଧ କଂଗ୍ରେସ ନେତାଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲେ l ଥାନା ଭିତରେ ଏହି ନେତା ମାନେ ଦୀର୍ଘ ସମୟ ଅଟକ ରହି ସେମାନଙ୍କର କ୍ଷୋଭ ପ୍ରକାଶ କରିବା ସହିତ ପୁରୀଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଲୁଲୁ ଖୁଣ୍ଟିଆ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପରେ ପ୍ରବଳ ବର୍ଷିଥିଲେ l ଚାରି ଗୋଟି ମୁଦ୍ଦା ନେଇ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିବା ସହିତ କାକଟପୁର ଏନଏ ସି ରୁ ବାଦ ପଡିବା, ଚାଷୀଙ୍କୁ ସାର ଯୋଗାଣରେ ବ୍ୟାପକ ଅନିୟମିତତା, ରାଜ୍ୟରେ ନାରୀନିର୍ଯ୍ୟାତନା ବୃଦ୍ଧି, ନିଯୁକ୍ତି କ୍ଷେତ୍ରରେ ସରକାର ବିଫଳ ବୋଲି ବିଜେପି ସରକାର କୁ କଡା ସମାଲୋଚନା କରିଥିଲେ l ଅଟକ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଲୁଲୁ ଖୁଣ୍ଟିଆ,ଯୁବ କଂଗ୍ରେସ ସଭାପତି ବିରଞ୍ଚି ନାରାୟଣ ପତି, କୋଣାର୍କ କଂଗ୍ରେସ କାଉନସିଲର ନିହାର ରଞ୍ଜନ ବେଉରା, ସଂଖ୍ୟାଲଘୁ ସମ୍ପାଦକ ମଲ୍ଲିକ ଏନାମୁଲ, ନଳିନୀ କାନ୍ତ ଦୀକ୍ଷିତ, ଅରକ୍ଷିତ କାଣ୍ଡି, ଅତିଭର ରହେମନ, ଶେଖ ରିଆଜ ଉଦ୍ଦିନ, ତପନ ଦାସ, ଶେଖ ଗୟାସ ପ୍ରମୁଖଙ୍କୁ ଉପମୁଖ୍ୟମନ୍ତ୍ରୀ ଯିବା ପରେ ପୋଲିସ ଛାଡିଥିଲା l
ଉପମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ,











