Home / ମୁଖ୍ୟ ଖବର / ଓଡ଼ିଶା ଭାରତୀୟ ଶିକ୍ଷା ଓ ସଂସ୍କୃତିର ନେତୃତ୍ୱ ଦାୟିତ୍ୱ ଗ୍ରହଣ କରିବ– ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାରତୀୟ ଶିକ୍ଷା ଓ ସଂସ୍କୃତିର ନେତୃତ୍ୱ ଦାୟିତ୍ୱ ଗ୍ରହଣ କରିବ– ମୁଖ୍ୟମନ୍ତ୍ରୀ

whatsapp image 2025 10 13 at 19.45.59 13673f73

ପୁରୀ – ୧୩ ଅକ୍ଟୋବର ୨୦୨୫ -ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହାକି ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି।।

whatsapp image 2025 10 13 at 19.45.58 ffcebf69

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପରମ୍ପରା ଓ ମୂଲ୍ୟବୋଧ ଉପରେ ନିର୍ଭର କରୁଥିବାବେଳେ SDG 4 ସହିତ ଏକବିଂଶ ଶତାବ୍ଦୀର ଶିକ୍ଷାର ଆକାଂକ୍ଷିତ ଲକ୍ଷ୍ୟ ସହିତ ସମତୁଲ ଏକ ନୂତନ ବ୍ୟବସ୍ଥା ପ୍ରଚଳନ ପାଇଁ ନିୟମାବଳୀ ଓ ପ୍ରଶାସନ ସହିତ ଶିକ୍ଷା ସଂରଚନାର ସମସ୍ତ ଦିଗଗୁଡ଼ିକର ସଂଶୋଧନ ଓ ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି। ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି। ଶିକ୍ଷା ନୀତି ଏହି ସିଦ୍ଧାନ୍ତ ଉପରେ ଆଧାରିତ ଯେ,ଶିକ୍ଷା କେବଳ ଜ୍ଞାନଗତ କ୍ଷମତାର ବିକାଶ ନୁହେଁ – ସ୍ୱାକ୍ଷରତା ଏବଂ ସଂଖ୍ୟାଗତ ଦକ୍ଷତାର “ମୌଳିକ ସାମର୍ଥ୍ୟ” ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ। ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ, ଯାହାକି ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ, ଅର୍ଥାତ ଏକ ସମାନତା ଓ ଉତ୍ସାହୀ ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରି ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ ।

ମୁଖ୍ୟମନ୍ତ୍ରୀ ମହୋଦୟ ଏହି ସମୟର ଯୁବବର୍ଗକୁ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଗୌରବମୟ ଇତିହାସ ସହ ପରିଚିତ କରାଇବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଥିଲେ ଯେ ଭାରତ ଏକ ଏଭଳି ଦେଶ ଯାହା ବିଦେଶୀ ଆକ୍ରମଣ ସତ୍ତ୍ୱେ ମଧ୍ୟ ନିଜର ଆଦି ଜ୍ଞାନ ଓ ସଂସ୍କୃତିକୁ ଅବିକଳ ରଖିଛି। ଏହି ଐତିହ୍ୟକୁ ସୁରକ୍ଷିତ ଓ ସକ୍ରିୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ନିଜର ପ୍ରା

SPREAD YOUR LOVE WITH YOUR FRIENDS AND FAMILY

Leave a Reply