ସାକ୍ଷୀଗୋପାଳ: ତା-୨୭/୦୨/୨୦୨୫ (ଶାଶ୍ଵତ ଟିଭି) – ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ସାଂସଦ ଡ଼ଃ ସମ୍ବିତ ପାତ୍ର ଙ୍କ ଆଗ୍ରହ କ୍ରମେ ଗତ ୨୩/୦୨/୨୦୨୫ ରେ ସାକ୍ଷୀଗୋପାଳ ରେଳ ଓଭର ବ୍ରିଜ କୁ ନେଇ ସାକ୍ଷୀଗୋପାଳ ବିସ୍ଥାପିତ ବଜାର କମିଟି ସହ ଆଲୋଚନା କରିଥିଲେ ସତ୍ୟବାଦୀର ମାନ୍ୟବର ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଏବଂ ବଜାର କମିଟିର ଦାବୀ ମୁତାବକ ମାନ୍ୟବର ବିଧାୟକ ସାଧାରଣ ଲୋକଙ୍କ ସୁବିଧା ପାଇଁ ସମସ୍ତ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ, ରେଳ ଫାଟକ ଠାରେ ଓଭର ବ୍ରିଜି ନିର୍ମାଣ ନ କରି ଏକ ଅଣ୍ଡରପାସ୍ କରିବାପାଇଁ ଅନୁରୋଧ କରିଥିଲେ, ଏହି ସମସ୍ୟାର ସମାଧାନ ପାଇଁ ସତ୍ୟବାଦୀ ବିଧାୟକ ଆଜି ଦିଲ୍ଲୀରେ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵନି ବୈଷ୍ଣବ ଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରି ଅନୁରୋଧ କରିବା ପରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତି ତାଙ୍କର ଥିବା ଅନାବିଳ ସମ୍ନାନ ଓ ମାନ୍ୟବର ରେଳ ମନ୍ତ୍ରୀ ଙ୍କ ସତ୍ୟବାଦୀ ଅଞ୍ଚଳବାସି ଙ୍କ ପ୍ରତି ଥିବା ତାଙ୍କର ଗଭୀର ଭଲପାଇବା ଖୁବ୍ ଶୀଘ୍ର ପ୍ରତିଫଳନ ହେବାକୁ ଯାଉଛି, ସାକ୍ଷୀଗୋପାଳ ରେଳ ଫାଟକ ଠାରେ ଯାନବାହାନ ଯିବା ଆସିବା ସୁବିଧା ପାଇଁ ଓ ବିସ୍ଥାପିତ ବଜାର କମିଟିର ସୁବିଧା ପାଇଁ ଓଭର ବ୍ରିଜି ନ ହୋଇ ଏକ ଅଣ୍ଡରପାସ୍ ବ୍ରିଜି ନିର୍ମାଣ କରାଯିବ ବୋଲି ମାନ୍ୟବର ବିଧାୟକ ଙ୍କୁ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵନି ବୈଷ୍ଣବ ନିର୍ଭର ପ୍ରତିଶୃତି ଦେଇଛନ୍ତି l











