କାକଟପୁର ତା ୧/୧, ( ତୁଷାର ଦୀକ୍ଷିତ ) ଇଂରାଜୀ ନବବର୍ଷ ଆରମ୍ଭ ଦିନ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ମାତୃଭକ୍ତ ମାନଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା l ରାତ୍ର ୨ ଘଟିକାରୁ ଦ୍ୱାରଫିଟା ନୀତି ପରେ ମା ଙ୍କୁ ସ୍ନାନ, ମାର୍ଜନା ଓ ବେଶ କରାଯିବା ପରେ ବଲ୍ଲଭ ଧୂପ ହୋଇଥିଲା l

ଭୋର ୪ ଘଟିକାରେ ସମସ୍ତ ନୀତିକାନ୍ତି ଶେଷ କରାଯିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ପହୁଡ଼ ଖୋଲିଥିଲା l ମନ୍ଦିର ପ୍ରଶାସନ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ବେଢା ମଧ୍ୟରେ ବ୍ୟାରିକେଡ଼ କରାଯାଇଥିଲା l ଭକ୍ତ ମାନେ ଧାଡ଼ିରେ ଯାଇ ମା ଙ୍କୁ ଦର୍ଶନ କରିଥିଲେ l ନବବର୍ଷ ଆରମ୍ଭରୁ ବର୍ଷ ଟି ଶୁଭ ଓ ମଙ୍ଗଳମୟ ହେବାପାଇଁ ମାତୃଭକ୍ତ ମାନେ ନିଜ ପରିବାର ପାଇଁ ଦର୍ଶନ ଓ ପୂଜାର୍ଚନା କରିଥିଲେ l ମନ୍ଦିର ସିକ୍ୟୁରିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l ଏଥିସହିତ ଲୋକମାନଙ୍କ ପ୍ରବଳ ଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା l ପାଳିଆ ସେବକ ଭାବେ ତାପସ ଦୀକ୍ଷିତ ଏବଂ ପୂଜାପଣ୍ଡା ଭାବେ ହେମନ୍ତ ପାଢ଼ୀ ଦାୟିତ୍ୱ ତୁଲାଇଥିଲେ l











