ପୁରୀ ୨୭/୧ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୬୬ ଗୋଟି ଅଭିଯୋଗ ମିଳିଥିଲା।ତତକ୍ଷଣାତ ୬ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ଏସ ପି ପ୍ରତୀକ ସିଂ, ଆଇପିଏସ ପ୍ରୋବେସନର ମିସ୍ ଏ କେ ବିଜୟା,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, କଣାସ ବିଡ଼ିଓ ଓ ତହସିଲଦାର ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ











