Home / ମୁଖ୍ୟ ଖବର / ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ।

ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ।

whatsapp image 2026 01 27 at 9.01.46 pm

ପୁରୀ ୨୬/୧ ପୁରୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଗଣମାଧ୍ୟମ ଏକାଦଶ ୮ ୱ୍ବିକେଟ ହରାଇ ୭୧ ରନ କରିଥିବା ବେଳେ ପ୍ରଶାସନ ଏକାଦଶ ୩ ୱ୍ବିକେଟ ହରାଇ ୭୨ ରନ କରି ବିଜୟୀ ହୋଇଥିଲା।ପ୍ରଶାସନ ଏକାଦଶର ଅଧିନାୟକ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ୨୨ ରନ କରି ବିଜୟ ର ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିବାରୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।ପ୍ରଶାସନ ଏକାଦଶ ର ସୁକାନ୍ତ ପ୍ରଧାନ ୪୨ ରନ କରି ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଓ ପ୍ରଶାସନ ଏକାଦଶ ପକ୍ଷରୁ ଲକ୍ଷ୍ମୀଧର ଦାସ ୧୨ ରନ ଦେଇ ୩ ଟି ଉଇକେଟ ନେଇ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଭୋଇ ବିଜେତା ଟ୍ରଫି ଓ ଗଣମାଧ୍ୟମ ଏକାଦଶ ପକ୍ଷରୁ ଅକ୍ଷୟ ମିଶ୍ର ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply