Home / ମୁଖ୍ୟ ଖବର / ଉଦଘାଟିତ ହେଲା ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା

ଉଦଘାଟିତ ହେଲା ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା

whatsapp image 2026 02 10 at 9.13.07 pm

ପୁରୀ ୧୦/୨ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ବପ୍ନ କୁ ସାକାର କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା ଅଭିଯାନ।ଏହା ମାଧ୍ୟମରେ ଆମ କଳାକାର ଓ ଶିଳ୍ପୀ ମାନଙ୍କ ଉତ୍ପାଦ କୁ ପ୍ରଦର୍ଶନ ଓ ବିକ୍ରି ଦ୍ଵାରା ଶିଳ୍ପୀ ମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବା ସହ କଳାର ପରିଚୟ ମିଳିପାରିବ ବୋଲି କହିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ।ଆଜି ସଂଧ୍ୟାରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ୫ ଦିନିଆ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା କୁ ଉଦଘାଟନ କରି ଶ୍ରୀ ପଟ୍ଟନାୟକ ସରକାରଙ୍କ ଲକ୍ଷ୍ୟ ଲୋକ ଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ଆର୍ଥିକ ସମୃଦ୍ଧି ରେ ସାମିଲ କରିବା।୪ ବର୍ଗ ଯଥା କୃଷି, ଯୁବ,ମହିଳା ଓ ଗରିବ ଙ୍କ ବିକାଶ ହିଁ ବିକଶିତ ଭାରତର ମୂଳଦୁଆ। ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆଜି ସେମାନେ ଉନ୍ନତି ପଥରେ ସଫଳତା ଲାଭ କରିଛନ୍ତି।

ଏହା ସେମାନଙ୍କ ଦକ୍ଷତା ପ୍ରଦର୍ଶନ ର ଏକ ଉପଯୁକ୍ତ ମଞ୍ଚ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳା ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ,ଡିଏଫଓ ମଗର ଧନଜ ରାଓସୋ, ଆଇପିଏସ ପ୍ରୋବେସନର ଅନୋଖା କେ ବିଜୟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସିଡିଭିଓ ଡା ଶରତ ଚନ୍ଦ୍ର ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଅତିଥି ମାନେ ଛେଳି ଚାଷ ପାଇଁ ପିପିଲି ର ଅଭିମନ୍ୟୁ ମଲ୍ଲିକ, ଗୋ ପାଳନ ପାଇଁ ବ୍ରହ୍ମଗିରି ର ମଞ୍ଜୁଲତା ମାଣିଆ,ନିମାପଡା ଡେଣୁଅଁ ଗ୍ରାମର ବାବା ପୂର୍ଣ୍ଣେଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସତ୍ୟବାଦୀ ସାମନ୍ତରାପୁର ର ମୌସୁମୀ ଦଳାଇ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଅତିଥି ମାନେ ମହାପ୍ରଭୁଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମେଳା ର ଉଦଘାଟନ କରିଥିଲେ।ପରେ ଅତିଥି ମାନେ ମେଳା ପରିଦର୍ଶନ କରିଥିଲେ।

ଏହି ମେଳା ରେ ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମେଳା, ହସ୍ତଶିଳ୍ପ ମେଳା, ବୁକ କାଫେ ଇତ୍ୟାଦି ର ୧୯୪ ଟି ଷ୍ଟଲ ବ୍ୟବସ୍ଥା ହୋଇଛି।ସ୍ବୟଂ ସହାୟକ ଗୋଷ୍ଠୀ ର ଉତ୍ପାଦ ସହ,ବିଭିନ୍ନ ଉଦ୍ୟୋଗୀ ମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ବୁକ କାଫେ, ବରପୁତ୍ର ମାନଙ୍କ ତଥ୍ୟ ଭିତ୍ତିକ ପ୍ରଦର୍ଶନୀ ସହ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।ଓରମାସ ର ସିଇଓ ନିଗମ ଦାସ କାର୍ଯ୍ୟ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply