Home / ମୁଖ୍ୟ ଖବର / ଜ଼ିଲ୍ଲା ସ୍ତରୀୟ ଆଶା ସମ୍ମିଳନୀ, ୨୦୨୬,

ଜ଼ିଲ୍ଲା ସ୍ତରୀୟ ଆଶା ସମ୍ମିଳନୀ, ୨୦୨୬,

whatsapp image 2026 03 13 at 7.32.27 pm

ପୁରୀ : ଆଦ୍ୟ ତା ୧୩.୦୩.୨୦୨୬ ରିଖ ଦିବା ଦଶ ଘଟିକା ସମୟରେ ଟାଉନ ହଲ, ପୁରୀ ଠାରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି, ପୁରୀ ତରଫରୁ ଆଶା, ଗାଁକଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା,

image

ଅତିରିକ୍ତ ଜିଲ୍ଲାପାଳ, ପୁରୀ, ଯୋଗ ଦେଇଥିଲା ବେଳେ ଡା. ଅକ୍ଷୟ କୁମାର ଶତପଥି ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ପୁରୀ ଏଥିରେ ସଭାପତିତ୍ୱ କରିଥିଲେI ଏଥିରେ ଅନ୍ୟତମ ଅତିଥି ଭାବରେ ତନୁପ୍ରଭା ବେଉରା , ଜ଼ିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ପୁରୀ ଏବଂ ଶ୍ରୀଯୁକ୍ତ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି, ଅତିରିକ୍ତ ଜ଼ିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ, ପୁରୀ ଯୋଗ ଦେଇଥିଲେ , ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜ଼ିଲ୍ଲାର ସମସ୍ତ ଏଡିପିଏଚଓ ଏବଂ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ I ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ତ୍ରିପାଠୀ , ଜ଼ିଲ୍ଲା ପ୍ରକଳ୍ପ ପରିଚାଳକ, ଜ଼ତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ଅତିଥି ମାନଙ୍କର ପରିଚୟ କରାଇବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରି ଥିଲେ I ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା , ଶ୍ରୀ ଅଶୋକ କୁମାର ସାହୁ , ଆଶା ସଂଯୋଜକ, ପୁରୀ ଏହି ସମ୍ମିଳନୀର ଉଦେଶ୍ୟ ବ୍ରିସ୍ତୁତ ଭାବେ ଉଲେଖ କରିଥିଲେ I

ଏହା ପରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଆଶା ଓ ଗାଁକଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ମାନଙ୍କର ଆଜିର ପରିସ୍ଥିତିରେ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ I ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ, ପୁରୀ, ଉଭୟ ଗ୍ରାମାଞ୍ଚଳ ଓ ସହରାଂଚଳ ରେ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ପାଖରେ ପହଁଚେଇବା ପାଇଁ ଆଶା କର୍ମୀ ମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନିଅ ବୋଲି କହିଥିଲେ I ମାତୃ ଓ ଶିଶୁ ସୁରକ୍ଷା , ଟୀକାକରଣ, ପୌଷ୍ଟିକ ଆହର ଓ ବିଭିନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ କର୍ମକୁ ସଫଳ କରିବାରେ ଆଶା କର୍ମୀ ମାନଙ୍କ ସହଭାଗିତା ଗୁରୁତ୍ୱପୂର୍ଣ I ଅନ୍ୟ ସମସ୍ତ ଅତିଥିବୃନ୍ଦ ଆଶାମାନଙ୍କର କାର୍ଯ୍ୟକୁ ଭୁୟସୀ ପ୍ରଂଶସା କରିଥିଲେ I ଉକ୍ତ କାର୍ୟକ୍ରମରେ ସ୍ୱାସ୍ଥ୍ୟ ସେବାରେ ଉକୃଷ୍ଟ କାର୍ଯ୍ୟ କରିଥିବା ୮ ଜଣ ଆଶାକର୍ମୀ , ୧୨ ଗୋଟି ଗାଁ କଲ୍ୟାଣ ସମିତି , ୧୧ ଗୋଟି ଉପ କେନ୍ଦ୍ର ଜନ ଆରୋଗ୍ୟ ସମିତି, ୩୩ ଗୋଟି ମହିଳା ଆରୋଗ୍ୟ ସମିତିକୁ ଅର୍ଥ ପ୍ରଦାନ ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା I

ଆଶାମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ଉନତ ପ୍ରଦର୍ଶନ କରିଥିବା ଆଶା ମାନଙ୍କୁ ପୁରସ୍କୃତ କରାଯାଇଥିଲା I କୁଇଜି କମ୍ପିଟିସନ କରାଯାଇ ସଠିକ ଉତ୍ତର ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ତ୍ରିପାଠୀ , ଜ଼ିଲ୍ଲା ପ୍ରକଳ୍ପ ପରିଚାଳକ, ଜ଼ତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ଏବଂ ଶ୍ରୀଯୁକ୍ତ ସର୍ବେଶ୍ୱର ପ୍ରଧାନ, ଜ଼ିଲ୍ଲା ହିସାବ ରକ୍ଷକ, ଜ଼ତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ମଞ୍ଚ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚସିଓ, ଏଡି ପିଏଚସିଓ ଏବଂ ଜ଼ତୀୟ ସ୍ୱାସ୍ଥ୍ୟ ମିଶନ ପୁରୀ ର ଅନ୍ୟ ସମସ୍ଥ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply