Home / ମୁଖ୍ୟ ଖବର / ରାଈଦାମୋଦର ବ୍ରତ ଚଳିତ ମାସ ୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି

ରାଈଦାମୋଦର ବ୍ରତ ଚଳିତ ମାସ ୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି

whatsapp image 2025 10 06 at 18.59.19 de2adcea

 ପୁରୀ : ୨୦୨୫ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଚଳିତ ମାସ ୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି।ବିଭିନ୍ନ ଜିଲ୍ଲା ରୁ ମା ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି।ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ ଟି ସ୍ଥାନରେ ହବିଷ୍ୟାଳୀ ମାଆ ମାନଙ୍କ ରହଣି ବ୍ୟବସ୍ଥା କରାଯାଇଛି।ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା।ଯାଞ୍ଚ ପରେ ଯୋଗ୍ଯ ବିବେଚିତ ହବିଷ୍ୟାଳୀ ମା ମାନେ ସେମାନଙ୍କ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପହଞ୍ଚିବା ଆରମ୍ଭ କଲେଣି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ଓ ସମସ୍ତ କାର୍ଯ୍ୟ ର ତଦାରଖ କରିବା ସହ ହବିଷ୍ୟାଳୀ କେନ୍ଦ୍ର ରୁ ମନ୍ଦିର ଦର୍ଶନ ବ୍ୟବସ୍ଥା ର ଡ୍ରାଇ ରନ କରିଥିଲେ।

whatsapp image 2025 10 06 at 18.59.19 ded1f526

ଗୋଟିଏ ମାସ ମାଆ ମାନେ ହବିଷ୍ୟାଳୀ କେନ୍ଦ୍ର ରେ ରହି ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଳନ କରିବେ।ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ରେ ମାଆ ମାନେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply