Home / ମୁଖ୍ୟ ଖବର / ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ନୟାଗଡ଼,ତା-୨୦.୯.୨୬ରିଖଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ ଠାରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ସାହୁ , ପ୍ରଫେସର ଶ୍ରୀଯୁକ୍ତ ଆଶ୍ରାଫୁଲ୍ ଇସଲାମ୍ ଅନସାରୀ , ପ୍ରଫେସର ଶ୍ରୀଯୁକ୍ତ ଅର୍ପଣ ଦାସ , ପ୍ରଫେସର ଶ୍ରୀଯୁକ୍ତ ଡକ୍ଟର ସନାତନ ସାହୁ , ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ଓ ସଦସ୍ୟା ସୁନୀତା ସେଠୀ ,ପୂର୍ବ ସମ୍ଭାଗ ଶିଶୁ ବାଟିକା ପ୍ରମୁଖା ଶ୍ରୀମତୀ ଭାଗ୍ୟଲତା ସାହୁ ଉପସ୍ଥିତ ଥିଲେ ।

ଆମ ବିଦ୍ୟାଳୟର ଅଭିଭାବକ ଶ୍ରୀମତୀ ରୋଜାଲିନ ମିଶ୍ର ଦୀପ ପ୍ରଜ୍ୱଳନ କରି ସମସ୍ତଙ୍କ ନିମନ୍ତେ ଆଶିଷ ଭିକ୍ଷା କରିଥିଲେ ।ଶିଶୁ ଭାଇଭଉଣୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଭଗବାନ ସାହୁ ହିନ୍ଦୁଘରର ସଙ୍କଳ୍ପନା ବିଷୟରେ କହିଥିଲେ। ଶ୍ରୀଯୁକ୍ତ ଅଶ୍ରାଫୁଲ ଇସଲାମ୍ ଅନସାରୀ ଶିଶୁ ମନୋବିଜ୍ଞାନ ବିଷୟରେ ଉପସ୍ଥାପନ କରିଥିଲେ । ଶିଶୁମାନେ ୨ଟି ଗୀତରେ ଅଭିନୟ କରିଥିଲେ ଓ ଗୁରୁମା ମାନେ ‘ ଟୋପିବାଲା ମାଙ୍କଡ଼ ‘ କାହାଣୀର ଅଭିନୟ କରିଥିଲେ । ମାଆ ମାନଙ୍କର ଝୋଟି ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୨ ଜଣ ଅଭିଭାବକ ଯୋଗ ଦେଇଥିଲେ । ସର୍ବଶେଷରେ ଶାନ୍ତିମନ୍ତ୍ର କରାଯାଇ ବନ୍ଦେ ମାତରମ୍ କରାଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply