କାକଟପୁର ତା ୨୦/୯( ତୁଷାର ଦୀକ୍ଷିତ )ଆଜି କାକଟପୁର ର ମଙ୍ଗଳା ଆଥଲେଟିକ୍ ଆସୋସିଏସନ୍ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ଏକ ଭବ୍ୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଗଣେଶ ପୂଜା ଉତ୍ସବକୁ ଅଧିକ ଆଧ୍ୟାତ୍ମିକ ଓ ଉତ୍ସବମୁଖର କରିବା ପାଇଁ କମିଟି ପକ୍ଷରୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଭକ୍ତ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ମହାପ୍ରଭୁ ଶ୍ରୀ ଗଣେଶଙ୍କ ଭଜନ କୀର୍ତ୍ତନର ଆନନ୍ଦ ଉଠାଇଥିଲେ।

ପ୍ରସିଦ୍ଧ କଳାକାର ଓ ଗାୟକମାନେ ମଞ୍ଚରେ ଗଣେଶ ବନ୍ଦନା ଏବଂ ଏକାଧିକ ଭକ୍ତିଗତ ପରିବେଷଣ କରି ପରିବେଶକୁ ଭକ୍ତିମୟ କରିିଥିଲେ।ପୂଜା କମିଟିର କର୍ମକର୍ତ୍ତାମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସୁସଞ୍ଚାଳନ ଯୋଗୁଁ ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଆୟୋଜନ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଏକାଠି ହୋଇଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଏବଂ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ, ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ, ଉପଦେଷ୍ଟା ହିମାଂଶୁ ଭୂଷଣ ଦୀକ୍ଷିତ, ରାକେଶ ପଟନାୟକ ତୁଷାର ରଞ୍ଜନ ଦୀକ୍ଷିତ କମଳ ଲୋଚନ ଦୀକ୍ଷିତ, ଇ ସୂର୍ଯ୍ୟକାନ୍ତ ଦୀକ୍ଷିତ, ଉତ୍ତମ କୁମାର ନାୟକ,ଶ୍ୟାମସୁନ୍ଦର ରଣା, ଭାଗବତ ସ୍ୱାଇଁ, ସୁଶାନ୍ତ ଦାସ ସଞ୍ଜୟ ସାମଲ ପ୍ରମୁଖ କାର୍ଯ୍ୟ କୁ ପରିଚାଳନା କରିଥିଲେ











