ନୟାଗଡ଼, ତା-୨୦.୯.୨୬ରିଖଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ।ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଗତ ୬ ତାରିଖରେ ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ର ବାର୍ଷିକ ଉତ୍ସବ ଅବସରରେ ମଞ୍ଚସ୍ଥ ହୋଇଥିବା ନାଟକ “ଚାଲ ଗାଆଁକୁ ଫେରିଯିବା” ର ସମୀକ୍ଷା ବୈଠକ ତାରିଣୀ ନଗର ସ୍ଥିତ ଏହାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଖ ସ୍ବାଛନ୍ଦ୍ୟ ପୂର୍ଣ୍ଣ ଜୀବନ ଜୀଇଁବାର ଆଶାନେଇ ଗାଁରୁ ସହରକୁ ଚାଲି ଆସିଥିବା ମଣିଷମାନେ ଯେ ସହରର ଗଳିକନ୍ଦି ଭିତରେ ଅଣନିଃଶ୍ବାସୀ ହୋଇ ହଜିଲା ଦିନକୁ ଖୋଜିହୁଅନ୍ତି ଏବଂ ବୟସର ଅପରାହ୍ନରେ ଗ୍ରାମ୍ୟ ଜୀବନ ପ୍ରତି ପୁଣି ଆକୃଷ୍ଟ ହେବାକୁ ବାଧ୍ୟ ହୁଅନ୍ତି – ଏଇ କଥା କହିବାରେ ବେଶ ସାମର୍ଥ୍ୟ ରଖିଥିଲା ନାଟକ “ଚାଲ ଗାଆଁକୁ ଫେରିଯିବା”।

ଏଥିରେ ସୋହମ୍ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ନାଟକର ସଫଳ ପରିବେଷଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ତପ୍ତରେ ନାଟକର ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନରେ ଉନ୍ନତମାନର ନାଟକ ମାଧ୍ୟମରେ ସମାଜକୁ ବିଭିନ୍ନ ବାର୍ତ୍ତା ଦେବାପାଇଁ ସୋହମ୍ ସଂଗଠନ ପ୍ରୟାସ ଜାରି ରଖିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା l ଉକ୍ତ ବୈଠକରେ ସଂଗଠନର ସଦସ୍ୟ ତଥା ନାଟ୍ୟକାର କୈଳାସ ଚନ୍ଦ୍ର ଓଝା, ନିର୍ଦେଶକ ସୁଶାନ୍ତ କୁମାର ପରିଡା , ଗୀତିକାର ଗୋପୀନାଥ ସେଠୀ, ରାକେଶ କୁମାର ଦାସ , ବିରୁପାକ୍ଷ ସ୍ୱାଇଁ , ଆଶୁତୋଷ ସାମନ୍ତରାୟ , ଭିକାରୀ ଚରଣ ଦାସ , ଗତିକୃଷ୍ଣ ପ୍ରଧାନ , ନରେନ୍ଦ୍ର କୁମାର ବେହେରା , କୈଳାଶ ଚନ୍ଦ୍ର ନାୟକ , ଆଲୋକ ରଞ୍ଜନ ମାନସିଂହ , ଶିବାନୀ ଶତପଥି , ସୋନାଲି ବେହେରା , ଚରଣ ଗୁରୁ , ବିଶ୍ୱଜିତ ପଟ୍ଟନାୟକ , ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l











