Home / ସାମାଜିକ / ଶୋଭା ଫାଉଣ୍ଡେସନ ର ଶୋଭା ବଢ଼ାଇଲେ ଯୁବ ସାମ୍ବାଦିକ ଜ୍ଞାନ

ଶୋଭା ଫାଉଣ୍ଡେସନ ର ଶୋଭା ବଢ଼ାଇଲେ ଯୁବ ସାମ୍ବାଦିକ ଜ୍ଞାନ

talagacha

କାକଟପୁର : ତା ୨୩/୦୮/୨୦୨୪
ରିପୋର୍ଟ – ତୁଷାର ଦୀକ୍ଷିତ

ବ୍ଲକ ଅନ୍ତର୍ଗତ ବାଲିଦୋକାନରେ ଥିବା ସାମାଜିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷା ଋତୁରେ ବ୍ୟାପକ ତାଳମଞ୍ଜି ରୋପଣ କରାଯାଇଛି। ଜୈବ ବିବିଧତା, ଜୀବନ ଜୀବିକା ଓ ପରିବେଶ ସୁରକ୍ଷାର ଲକ୍ଷ ନେଇ ବିଗତ ୫ବର୍ଷ ଧରି ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶପ୍ରେମି ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ତାଳ ମଞ୍ଜି ସଂଗ୍ରହ କରାଯାଇ ରୋପଣ କରାଯାଉଛି। ଚଳିତ ବର୍ଷ ବର୍ତମାନ ସୁଦ୍ଧା ଅନୁଷ୍ଠାନ ପକ୍ଷରୁ ୫୦୦ ତାଳ ମଞ୍ଜି ସଂଗ୍ରହ କରାଯାଇ ରୋପଣ କରାଯାଇଛି । ବାଲୁଖଣ୍ଡ ଅଭୟାରଣ୍ୟ ନିକଟ ଓ ଖାଲି ଥିବା ସ୍ଥାନରେ ଲଗାଯାଇଛି। ପୁର୍ବରୁ ଅସ୍ତରଙ୍ଗ ବ୍ଳକ୍ ଅନ୍ତର୍ଗତ ତଣ୍ଡାହର ବେଳାଭୁମିରେ ୫୦୦୦ ତାଳମଞ୍ଜି ସଫଳତା ସହ ରୋପଣ କରାଯାଇଥିଲା। ବିଗତ ବର୍ଷ ମାନଙ୍କରେ ପ୍ରତିବର୍ଷ ୫୦୦ ରୁ ଏକ ହଜାର ମଞ୍ଜି ରୋପଣ କରାଯାଉଛି। ଚଳିତ ବର୍ଷ ଶୋଭା ଫାଉଣ୍ଡେସନ ଟ୍ରଷ୍ଟି ସଦସ୍ୟ ବିଦ୍ୟାଧର ବେହେରା, ସୁଚିତ୍ରା ପ୍ରଧାନ ଓ ତପନ ଖଟୋଇ ପ୍ରମୁଖଙ୍କ ସହଯୋଗରେ ୫୦୦ ମଞ୍ଜି ରୋପଣ କରାଯାଇଛି। ଜୈବ ବିବିଧତା, ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ସହ ଉପକୂଳ ଅଞ୍ଚଳ ବଜ୍ରପାତ ଅଞ୍ଚଳ ହୋଇଥିବାରୁ ଆଖି ଆଗରେ ରଖି ଆଗାମୀ ଦିନରେ ଆହୁରି ମଞ୍ଜି ରୋପଣ କରାଯିବ ବୋଲି ଅନୁଷ୍ଠାନର ଅଧକ୍ଷ ଜ୍ଞାନ ରଞ୍ଜନ ବିଶ୍ଵାଳ ସୁଚନା ଦେଇଛନ୍ତି

SPREAD YOUR LOVE WITH YOUR FRIENDS AND FAMILY