ପୁରୀ ୧୩/୯ ପରୋପକାର,ସେବା ଓ ସମର୍ପଣ ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସ୍ବର୍ଗତ ମୁରାରୀ ତ୍ରିପାଠୀ।ପୁରୀ ସେବା ସମିତିର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁଙ୍କ ର ସେ ଉପଯୁକ୍ତ ଦାୟାଦ ଭାବେ ସମିତି କୁ ସେବା ର ଶୀର୍ଷ ସୋପାନରେ ପହଞ୍ଚାଇଥିଲେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଗତକାଲି ସନ୍ଧ୍ୟାରେ ସଦାଶିବ ସଂସ୍କୃତ ବିଶ୍ବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମୁରାରୀ ତ୍ରିପାଠୀ ଙ୍କ ୫୯ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ବିନା ସ୍ବାର୍ଥ ରେ କାହାକୁ କ୍ଷତି ବା କଷ୍ଟ ନ ପହଞ୍ଚାଇ ଯେଉଁ ସେବା କରାଯାଏ ତାହା ଅନନ୍ୟ ଓ ଅନ୍ୟ ମାନଙ୍କ ପ୍ରତି ପ୍ରେରଣା।ସ୍ବର୍ଗତ ମୁରାରୀ ତ୍ରିପାଠୀ ଏହି ଭଳି ମହତ୍ତର ସେବା ପ୍ରଦାନ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।ତାଙ୍କ ପଦାଙ୍କ ଅନୁସରଣ ପାଇଁ ସେ ଅନୁରୋଧ କରିଥିଲେ।

ପୁରୀ ସେବା ସମିତିର ସଭାପତି ହିମାଂଶୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସିଦ୍ଧେଶ୍ବର ମହାପାତ୍ର, ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସଦାଶିବ ସଂସ୍କୃତ ବିଶ୍ବ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ପ୍ରଫେସର ନନ୍ଦିଘୋଷ ମିଶ୍ର ପ୍ରମୁଖ ମୁରାରୀ ତ୍ରିପାଠୀ ଜଣେ ବହୁମୁଖୀ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ ବୋଲି କହିବା ସହ ସମାଜରେ ସେବା ପ୍ରଦାନ କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିଥିବ ବୋଲି କହିଥିଲେ।ଅଜୟ ପ୍ରଧାନ ଙ୍କୁ ମୁରାରୀ ସମ୍ମାନ ଏବଂ ଅଭିଷେକ ରଥ,ବିଶ୍ୱ ରଞ୍ଜନ ରଥ ଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ସମିତିର ସଂଯୋଜକ ସୌମେନ୍ଦ୍ର ଦାସ ସମସ୍ତଙ୍କୁ ସ୍ବାଗତ କରିବା ସହ ସମିତିର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ।ଶେଷରେ ସମିତିର ସଂପାଦକ ରବିନ୍ଦ୍ର ନାଥ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଓ ସ୍ବେଚ୍ଛାସେବୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ରାକେଶ ବାରିକ,ନରେଶ ସାହୁ,ଅଶ୍ରୁଜିତ ମହାପାତ୍ର, ବାସୁ ଦେବ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ











