ପୁରୀ ତା07-10-26 ରିଖ ଦିନ ପୁରୀ ୟୁଥ ହଷ୍ଟେଲ ଠାରେ ନାବାର୍ଡ ତରଫରୁ ଜିଲାସ୍ତରୀୟ କୃଷି ଉତ୍ପାଦକ ସଂଘ (ଏଫ ପି ଓ) ମାନଙ୍କର ରିଭ୍ୟୁ କମ ମନିଟରିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ନାବାର୍ଡ ଡି ଡି ଏମ ସସ୍ମିତା ପୃଷ୍ଟି ସମସ୍ତ ଙ୍କୁ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାମୁଖ୍ଯ କୃଷିଅଧିକାରୀ , ଉପ ନିର୍ଦ୍ଦେଶିକା ହର୍ଟିକଲଚର, ଲିଡ ବ୍ୟାଙ୍କ ମ୍ୟାନେଜର, ଆର ସି ଟି ଇ ଡାଇରେକ୍ଟର ଏବଂ କୃଷି ବିଞ୍ଜାନ କେନ୍ଦ୍ର ର ବୈଞ୍ଜାନିକ ମାନେ ଯୋଗଦାନ କରିଥିଲେ ଏବଂ ନାବାର୍ଡ ସହଯୋଗ ରେ ଗଠିତ ପୁରୀ ଜିଲାର 9ଟି କୃଷି ଉତ୍ପାଦକ ସଂଗଠନ ର ବି ଓ ଡି ମାନେ ମୁଖ୍ଯ ନିର୍ବାହି ଅଧିକାରୀମାନେ ଯୋଗ ଦାନ କରି ମନିଟରିଙ୍ଗ ଓ ରିଭ୍ୟୁ ରେ ସହଯୋଗ କରିଥିଲେ ।ଊପସ୍ଥିତ ଅଧିକାରୀମାନଙ୍କ ଆଲୋଚନା ର ସାରାଂଶ ରେ ପୁରୀ ଜିଲ୍ଲାର କୃଷି ଉତ୍ପାଦକ ସଂଗଠନ ରେ କାର୍ଯ୍ୟ କରୀ ରାଜ୍ଯ ରେ କିପରି ଏକ ନମ୍ବର ହୋଇ ପାରିବ ସମସ୍ତେ ସେ ଦିଗରେ କାର୍ଯ୍ୟ କରିବାକୁ ସପଥ କରିଥିଲେ ।
ରିଭ୍ୟୁ କମ ମନିଟରିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ










