Home / ମୁଖ୍ୟ ଖବର / ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନିମନ୍ତେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୁଖ୍ୟ ପ୍ରଶିକ୍ଷକ ମାନଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନିମନ୍ତେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୁଖ୍ୟ ପ୍ରଶିକ୍ଷକ ମାନଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପୁରୀ ୬/୧୦ ପୁରୀ ଜିଲ୍ଲା ସଦଭାବନା ସଭାଗୃହ ଠାରେ ଆଜି ପୂର୍ବାହ୍ନରେ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ତ୍ରୁଟି ମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୁଖ୍ୟ ପ୍ରଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଅଧ୍ୟକ୍ଷତା କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଠିକ ଭୋଟର ତାଲିକା ଏକ ଜରୁରୀ ଆବଶ୍ୟକତା ହୋଇ ଥିବାରୁ ଏ ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ନେବା କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ପ୍ରଶିକ୍ଷକ ମାନେ ତୃଣମୂଳ ସ୍ତରରେ ଯେପରି ଏହା ନିର୍ଭୁଲ ଓ ସଠିକ ଭାବେ ରୂପାନ୍ତରିତ ହୁଏ ସେଥିପାଇଁ ନିଷ୍ଠା ଓ ଧ୍ୟାନ ର ସହ ପ୍ରଶିକ୍ଷିତ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଉପଜିଲ୍ଲାପାଳ ରାଜ କିଶୋର ଜେନା,ପଞ୍ଚାୟତ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ନିର୍ବାଚନ ର ଗୁରୁତ୍ୱ, ଭୋଟର ତାଲିକା ପ୍ରସ୍ତୁତି ର ବିଭିନ୍ନ ଦିଗ,ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।
ପୁରୀ ଜିଲ୍ଲାର ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ନିମାପଡା ଏନଏସି, କୋଣାର୍କ NAC, ପିପିଲି NAC, ସହକାରୀ କମିଶନର, ପୁରୀ ମହାନଗର ନିଗମ ଓ ସେମାନଙ୍କର ମୁଖ୍ୟ ପ୍ରଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ । ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଜେନା ସର୍ବପ୍ରଥମେ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ । ଏହା ପରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପିପିଲି ବିଡ଼ିଓ ସରୋଜ କୁମାର ରାଉତ ଓ ପୌର ନିର୍ବାଚନ ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମାପଡା ଏନଏସି ଚିନ୍ମୟ ଦାସ ଉପସ୍ଥିତ ସମସ୍ତ ମୁଖ୍ୟ ପ୍ରଶିକ୍ଷକ ବା ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଜିଲ୍ଲା ପ୍ରଶାସନ ପୁରୀ ତରଫରୁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ପୁରୀ ଓ ସାଧାରଣ ଓ ବିବିଧ ଉପବିଭାଗ ମିଳିତ ଭାବରେ ଆୟୋଜନ କରିଥିଲେ ।ଏଥି ସହ ଜିଲ୍ଲାପାଳ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ବିଡ଼ିଓ ମାନଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply