Home / ମୁଖ୍ୟ ଖବର / ବନ୍ଧା ହେଲେ ରସିକିଆ ସଂସ୍କୃତ ସାର୍; ବହି ଦେବା ନାଁରେ ଛାତ୍ରୀଙ୍କ ସହ କଲେ ଏପରି କାମ

ବନ୍ଧା ହେଲେ ରସିକିଆ ସଂସ୍କୃତ ସାର୍; ବହି ଦେବା ନାଁରେ ଛାତ୍ରୀଙ୍କ ସହ କଲେ ଏପରି କାମ

domestic violence 7662940 960 720

ନିଜ ରଙ୍ଗିଲା କାରନାମା ପାଇଁ ବନ୍ଧା ହେଲେ ରସିକିଆ ସଂସ୍କୃତ ସାର୍। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣି ଦେବାକୁ କହି ମୋଟର ସାଇକେଲରେ ବସାଇ ନେଇ ଯାଉଥିଲେ। ମାତ୍ର ବାଟରେ ତାଙ୍କୁ ଅସଦାଚରଣ କରିଥିବା ବେଳେ ନାବାଳିକାଜଣକ ଘରେ କହିବା ପରେ ଏନେଇ ଥାନାରେ ହୋଇଥିଲା ଅଭିଯୋଗ । ପୋସ୍କୋ ଆଇନ୍‌ ବଳରେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି।

ଏପରି ରସିକିଆ ସାର୍‌ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ କନଗାଁର ସତ୍ୟନାରାୟଣ ନାଏକ।

ସତ୍ୟନାରାୟଣ ନାଏକ ଯୋଗୀମୁଣ୍ଡା ହାଇସ୍କୁଲରେ ସଂସ୍କୃତ ଆଉ ସାହିତ୍ୟ ପାଠ ପଢାଉଥିଲେ। ଏହା ମଧ୍ୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ସେ ଲୋଲୁପ ଦୃଷ୍ଟି ପକାଇଥିଲେ। ପାଟଣାଗଡ଼ରୁ ବହି କିଣିଦେବାକୁ କହି ଉକ୍ତ ଛାତ୍ରୀଙ୍କୁ ସେ ବାହାନା ନିଜ ବାଇକ୍‌ରେ ବସାଇ ଆଣିଥିଲେ ।

ଯୁଗୀମୁଣ୍ଡାରୁ ପାଟଣାଗଡ଼କୁ ପକ୍କା ରାସ୍ତା ଥିବାବେଳେ ଶିକ୍ଷକଜଣକ କିନ୍ତୁ ଜଙ୍ଗଲ ରାସ୍ତା ଦେଇ ଛାତ୍ରୀଙ୍କୁ ଧରି ପାଟଣାଗଡ଼ ଯାଉଥିଲେ। ବାଟରେ ନିଛାଟିଆ ଜାଗା ଦେଖି ଏକ କପା ବଗିଚାରେ ସେ ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରୁଥିଲେ । ଉକ୍ତ ସମୟରେ ଛାତ୍ରୀ ଜଣକ ଚିତ୍କାର କରିବାରୁ ଶିକ୍ଷକଜଣକ ଫେରାର ମାରିଥିଲେ ।

ଘରକୁ ଫେରି ଛାତ୍ରୀଜଣକ ପରିବାର ଆଗରେ ସବୁ ବଖାଣିଥିଲେ। ଏହାପରେ ପରିବାର ଲୋକେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ମାଷ୍ଟରଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ ବଲାଙ୍ଗିର ପୋସ୍କୋ କୋର୍ଟ ଚାଲାଣ କରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply