Home / ମୁଖ୍ୟ ଖବର / ସ୍ଵର୍ଗତ ଅର୍ଜୁନ ଦାଶଙ୍କ ସ୍ମୃତିସଭା ଅନୁଷ୍ଠିତ

ସ୍ଵର୍ଗତ ଅର୍ଜୁନ ଦାଶଙ୍କ ସ୍ମୃତିସଭା ଅନୁଷ୍ଠିତ

କାକଟପୁର
ତା . ୧୨.୧.୨୩
ବିଶିଷ୍ଟ ସମାଜସେବୀ ,ନାରୀ ଶଶକ୍ତିକରଣର ମହାନାୟକ ସ୍ୱର୍ଗତ ଅର୍ଜୁନ ଦାଶଙ୍କ ଦ୍ଵାଦବିଂଶ ବାର୍ଷିକ ସ୍ମୃତିସଭା ଅର୍ଜୁନ ଦାଶ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ସ୍ମୃତି କମିଟିର ସଭାପତି ଶିକ୍ଷାବିତ୍ ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାପରିଷଦର ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ପୁରୀ ଉପନିବନ୍ଧକ ପ୍ରଭାତ କୁମାର ତରାଇ, ସମ୍ମାନିତ ଅତିଥି ଭାବେ କାକଟପୁର ବ୍ଲକ ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ, କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ଅସ୍ତରଙ୍ଗ ବ୍ଲକ ବିଜେଡି ସଭାପତି କେଦାର ନାଥ ବିଶ୍ୱାଳ, ସମାଜସେବୀ କ୍ଷୀରୋଦ ଚନ୍ଦ୍ର ମହାନ୍ତି, କଟକଣା ଗ୍ରାମ ପଞ୍ଚାୟତର ସରପଞ୍ଚ ରୁକସାନା ବିବି, ସମିତି ସଭ୍ୟା ପ୍ରଭାତୀ ବିଶ୍ୱାଳ, ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାଶ, ସହକାରୀ ଶିକ୍ଷକ ଚୌଧୁରୀ ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାଶଙ୍କର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଗ୍ରାମର ବହୁବିଧ ଉନ୍ନତି ପାଇଁ ତାଙ୍କର ନିରନ୍ତର ପ୍ରୟାସ ଓ ଉତ୍ସଗୀକୃତ ମନୋଭାବ ପାଇଁ ସେ ଅମର ହୋଇ ରହିବେ ବୋଲି କହିଥିଲେ । ସେ ଜଣେ ଏକା ଧାରାରେ ମିଷ୍ଠଭାଷୀ, ସୃଜନମନସ୍କ. କର୍ମଯୋଗୀ, ଦକ୍ଷ ସଂଗଠକ, ନିରୀହଂକାରୀ ଧର୍ମନିଷ୍ଠ ତଥା ବହୁବିଧ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। କାକଟପୁରର ବାଳିକା ଉଚ୍ଚ ବିଦ୍ୟାଳୟ, ଗମ୍ଭାରୀପଦା ଗ୍ରାମର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଆଦିବାସୀ ଓ ହରିଜନ ପିଲାମାନଙ୍କ ପାଇଁ ବଲରା ଠାରେ ସେବାଶ୍ରାମ ସ୍କୁଲ ଇତ୍ୟାଦି ବହୁ ଅନୁଷ୍ଠାନ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ପରେ ପରେ ଅନୁଷ୍ଠାନର ମେଧାବୀ ଛାତ୍ରୀ ମାନଙ୍କୁ ଅର୍ଜୁନ ଦାଶ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply