Home / ମୁଖ୍ୟ ଖବର / ନୟାଗଡ଼ରେ ଶିଶୁ ଶ୍ରମିକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ।

ନୟାଗଡ଼ରେ ଶିଶୁ ଶ୍ରମିକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ।

ନୟାଗଡ଼, ତା – ୨୭. ୧୦. ୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶିଶୁ ଶ୍ରମିକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ଅବସରରେ ମାନନୀୟା ଜ଼ିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ର, ସହ ଶ୍ରମ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ଏହି ରଥ ସମସ୍ତ ବ୍ଲକ ଓ ଗ୍ରାମ ପଂଚାୟତ ଗୁଡିକରେ ଶିଶୁ ଶ୍ରମିକ ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply