Home / ମୁଖ୍ୟ ଖବର / ମୁଖ୍ୟ ପ୍ରଶାସକଙ୍କ ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ବୈଠକ

ମୁଖ୍ୟ ପ୍ରଶାସକଙ୍କ ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ବୈଠକ

whatsapp image 2026 03 10 at 8.38.10 pm


ପୁରୀ : ୧୦/୩/୨୦୨୬ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ନିର୍ମାଣ କାର୍ଯ୍ୟ ସମୀକ୍ଷା ଅବସରରେ Obcc ଦ୍ବାରା ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ବିଶେଷ କରି ଶ୍ରୀଗୁଣ୍ଡିଚା ମନ୍ଦିରରେ ହାତକୁ ନିଆଯାଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରି ସମସ୍ତ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେବାସହ, ଶ୍ରୀଗୁଣ୍ଡିଚା ମନ୍ଦିରରେ ନିର୍ମାଣାଧୀନ ସମସ୍ତ କାର୍ଯ୍ୟ 10 April ସୁଦ୍ଧା ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତି ଶୃଙ୍ଖଳା ପାଇଁ ସେବାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ପ୍ରତି ସପ୍ତାହର ନୀତି ବୁଧବାର ଅନୁଷ୍ଠିତ ହେଉଥିବା ନୀତି ସମନ୍ୱୟ ବୈଠକରେ ସମୀକ୍ଷା ପାଇଁ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟ ପ୍ରଶାସକ। ଏଥିସହ ଆଗାମୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ ହେଉଥିବା ରଥ କାଠ ଓ ରଥର ବ୍ରେକ ପାଇଁ ଆବଶ୍ୟକୀୟ ଶାଳ କାଠ ଯୋଗାଣ ସମ୍ପର୍କରେ ନୟାଗଡ଼ ବନଖଣ୍ଡର DFO ଙ୍କ ସହିତ ଆଲୋଚନା କରି ଯୋଗାଣ ତ୍ୱରାନିତ୍ଵ କରିବାକୁ ନିର୍ଦ୍ଦେଶ ଦେବାସହ ରଥ ଟଣା ପାଇଁ ଅଧିକ ଏକ ସେଟ୍ ରଥ ଟଣା ଦଉଡ଼ି ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply