Home / ମୁଖ୍ୟ ଖବର / ୪ଦିନ ଧରି ୧୬ତମ ଜାତୀୟ ନାଟ୍ୟ ଫେଷ୍ଟିଭାଲ

୪ଦିନ ଧରି ୧୬ତମ ଜାତୀୟ ନାଟ୍ୟ ଫେଷ୍ଟିଭାଲ

whatsapp image 2026 02 24 at 7.50.53 pm

ପୁରୀ, ୨୪/୨ : ନାଟକ ଓ ସଂସ୍କୃତି ର ପ୍ରଚାର ପ୍ରସାରକୁ ଲକ୍ଷ୍ୟ କରି ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ୧୬ତମ ଜାତୀୟ ନାଟ୍ୟ ମହୋତ୍ସବ ୨୫ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆୟୋଜିତ ହେଉଅଛି l ଏ ନେଇ ଆଜି ନାୟକ ବିଚ ରିସର୍ଟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ରଙ୍ଗସାଳାର ସଭାପତି ଗିରିଶ ଚନ୍ଦ୍ର ନାୟକ ,କାର୍ଯ୍ୟକାରୀ ସଭାପତି ରୁପକଳ୍ପ ମିଶ୍ର,ସଂଗ୍ରାମ ମିଶ୍ର ଏବଂ ନିର୍ଦ୍ଦେଶକ ବିକ୍ରମ ସାହୁ l ସେମାନେ ସୂଚନା ଦେଇ କହିଥିଲେ ଯେ, ନାଟ୍ୟ ମହୋତ୍ସବରେ ଓଡ଼ିଶାର ପ୍ରସିଦ୍ଧ ନାଟ୍ୟ ଦଳମାନେ ଯଥା; ପ୍ରଥମ ସନ୍ଧ୍ୟାରେ ରଙ୍ଗଶାଳା (ପୁରୀ) ପ୍ରସ୍ତୁତି ଡ. ସଞ୍ଜୟ ହାତୀଙ୍କ ରଚିତ ଏବଂ ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶିତ ନାଟକ “ବ୍ରେନ ଗେନ ଡଟ କମ”, ହିତୀୟ ସନ୍ଧ୍ୟାରେ ମିରର କ୍ଵାଟର (ବେଲପାହାଡ) ପ୍ରସ୍ତୁତି ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ଉଲପି”, ତୃତୀୟ ସନ୍ଧ୍ୟାରେ ନିୟୁ କୃଷ୍ଟ ରିପୋଟ୍ରି (ରାଉରକେଲା) ପ୍ରସ୍ତୁତି ଡ. ବିଜୟ ଶତପ‌ଥୀଙ୍କ ରଚିତ ଏବଂ ନଳିନୀ ନିହାର ନାୟକଙ୍କ ନିର୍ଦ୍ଦେଶିତ ନାଟକ “କାରାଗାରର କାହାଣୀ”, ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ନାଟକ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ (ପୁରୀ) ପ୍ରସ୍ତୁତି ଡ. ହରି ନାରାୟଣ ଦୀକ୍ଷିତଙ୍କ ରଚିତ ଏବଂ ଡ. ସୁବ୍ରତ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶିତ ସଂସ୍କୃତ ନାଟକ “ମେନକା ବିଶ୍ବାମିତ୍ରମ” ଏବଂ ଦ୍ଵିତୀୟ ନାଟକ ମ୍ୟାଜିକ ଏଟର (ଭୁବନେଶ୍ଵର) ପ୍ରସ୍ତୁତି ପ୍ରଖ୍ୟାତ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ନିଶାପ” ଆଦି ପରିବେଷଣ କରିବେ । ଏହି ନାଟକ “ନିଶାପ” ରେ ସୁପରିଚିତ ସ୍ୱନାମଧନ୍ୟ ସିରିଏଲ ଏବଂ ଫିଲ୍ମ ର ହାସ୍ୟ କଳାକାର ମାନେ ଅଭିନୟ କରିବେ । ତଦସହିତ ଓଡିଶାର ଲୋକପ୍ରିୟ ୫ଜଣ ରଙ୍ଗକର୍ମୀ ଯଥା;ମିହିର କୁମାର ମେହେର, ସୁଧାଂଶୁ ମୋହନ ଦ୍ବିବେଦୀ, ପ୍ରସନ୍ନ ମିଶ୍ର, ଦିଲ୍ଲୀଶ୍ଵର ମହାରଣା ଏବଂ ଲାଲା ବିରେନ ପ୍ରସାଦ ରୟ ଙ୍କୁ ରଙ୍ଗଶାଳା ସମ୍ମାନ ରେ ସମ୍ମାନିତ କରାଯିବ। ମହୋତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଟ୍ୟକଳା କୁ ସୁଦୃଢ କରିବା, ଯୁବ ପିଢ଼ି ଙ୍କୁ ନାଟକ ପ୍ରତି ଆକର୍ଷିତ କରିବା ଏବଂ ସାଂସ୍କୃତିକ ଆଦାନ-ପ୍ରଦାନ କୁ ଆଗେଇ ନେବା । ଏହି ମହୋତ୍ସବର ଉଦଘାଟନୀ ଓ ସମାପନୀ ସମାରୋହରେ ବିଶିଷ୍ଟ ନାଟ୍ୟକାର ସଂସ୍କୃତିପ୍ରେମୀ ଓ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହିବେ ବୋଲି ଆୟୋଜକ ସୂଚନା ଦେଇଥିଲେ। ଏହି ସାମ୍ବାଦିଜ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵାତିଶ୍ରୀ ପରିଡା, ସମୀର ଆଚାର୍ଯ୍ୟ ପ୍ରମୁଖ କଳାକାର ବହୁ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply