Home / ମୁଖ୍ୟ ଖବର / ଆସୁଛି ବର୍ଷା ଦିନ ସରିନି ତାଳେଦା ବିଜୁ ସେତୁ କାମ,ଏବେବି ବିପଦଶଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାତ୍ରା କରୁଛନ୍ତି ଅଞ୍ଚଳ ବାସୀ

ଆସୁଛି ବର୍ଷା ଦିନ ସରିନି ତାଳେଦା ବିଜୁ ସେତୁ କାମ,ଏବେବି ବିପଦଶଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାତ୍ରା କରୁଛନ୍ତି ଅଞ୍ଚଳ ବାସୀ

କାକଟପୁର ୨୯/୫ ଆଗକୁ ଆସୁଛି ବର୍ଷା ଦିନ ନଦୀରେ ବଢିବ ପାଣି ସେହି ଭରା ନଈରେ ପୂର୍ବ ବର୍ଷ ପରି ବିପଦଶଙ୍କୁଳ ଯାତ୍ରା କରିବେ ଦ୍ୱିପାଞ୍ଚଳ ବାସୀ କାରଣ ଅସ୍ତରଙ୍ଗ ବ୍ଳକ ଦେବୀନଦୀରେ ଖଣ୍ଡାସାହି ଓ ତାଳଦା ଦ୍ୱିପାଞ୍ଚଳ କୁ ସଂଯୋଗ ନିମନ୍ତେ ନିର୍ମାଣାଧୀନ ବିଜୁସେତୁ କାର୍ଯ୍ୟ ୮ବର୍ଷ ପରେବି ସରିପାରୁନି।ରାଜକୋଷରୁ କୋଟି କୋଟି ଟଙ୍କାର ବ୍ୟୟବରାଦ ହୋଇ ମଧ୍ୟ ନିର୍ଦ୍ଧାରିତ ସମୟରେ ଯେଉଁ କାମ ହେବା କଥା ତା’ ନ ହେବାରୁ ଗମନାଗମନ ପାଇଁ ନାନା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ତାଳଦା ଦ୍ଵିପାଞ୍ଚଳ ବାସୀ।ବୃଦ୍ଧ, ବୃଦ୍ଧା, ଛାତ୍ରଛାତ୍ରୀ, ରୋଗୀ ସମସ୍ତେ ନିର୍ଭର କରୁଛନ୍ତି ଡଙ୍ଗା ଉପରେ ।ଗୋଟିଏ ଡଙ୍ଗା ରେ ଯାତ୍ରା କରୁଛନ୍ତି ସାଇକେଲ, ମଟର ସାଇକେଲ, ମଣିଷ, ଜିନିଷ ପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ।କୌଣସି ଡଙ୍ଗାରେ ଲାଇଫ ଜ୍ୟାକେଟ ବ୍ୟବହାର କରାଯାଉନଥିବା କାରଣରୁ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ନଦୀପାର ହେଉଛନ୍ତି ଅଞ୍ଚଳ ବାସୀ।କେତେବେଳେ ଯେ କିଛି ଅଘଟଣ ଘଟି ନ ଜୀବ ସେ କଥା କିଏ କହିବ।
ପ୍ରକାଶ ଥାଉକି, ୨୦୧୩ରେ ସେତୁର ଶିଳାନ୍ୟାସ ଓ ୧୬ ଜାନୁଆରୀ ୨୦୧୪ରେ କାର୍ଯ୍ୟ ଆରମ୍ଭ ହୋଇ ୧୫ଜୁଲାଇ୨୦୧୬ ସୁଧା କାର୍ଯ୍ୟ ଶେଷ ହେବାକୁ ଥିଲା କିନ୍ତୁ ଏ ଭିତରେ ତିନି ଥର ଟେଣ୍ଡର ହେବା ସତ୍ତ୍ୱେ ସେତୁ ନିର୍ମାଣ କାର୍ଯ୍ୟ ନସରିବାରୁ ସେତୁ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଟ୍ୱିଟର ବଏ ଅମୀୟ ବାରିକ ମୋ ସରକାର ୫ ଟି,ସିଏମ ଓଡିଶା, ଜଳସେଚନ ବିଭାଗକୁ ଟ୍ୱିଟି କରିଥିଲେ ଏବଂ ବିଭାଗ ମାର୍ଚ୍ଚ୨୦୨୩ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଥିଲେ କିନ୍ତୁ ମାର୍ଚ୍ଚ ଯାଇ ଜୁନ ହେଲାଣି କିନ୍ତୁ କାର୍ଯ୍ୟ ସରିପାରିଲା ନାହିଁ ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରେ ସେ କାର୍ଯ୍ୟ ଶେଷ ହେବାକୁ ଆହୁରି ତିନି ରୁ ଚାରି ମାସ ଲାଗିବ। ତେଣୁ ରାଜ୍ୟସରକାର ତୁରନ୍ତ ଏହି ସେତୁ ନିର୍ମାଣ ସମ୍ବନ୍ଧରେ ହସ୍ତକ୍ଷେପ କରି ଯଥା ଶୀଘ୍ର କାର୍ଯ୍ୟ ଶେଷ କରାଇପାରିଲେ ଦ୍ୱିପାଞ୍ଚଳ ବାସୀଙ୍କ ଦୁଃଖ ଫେରିଯାଅନ୍ତା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply