Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

whatsapp image 2026 03 10 at 7.30.25 pm

ପୁରୀ :୧୦/୩/୨୦୨୬ ଆଜି ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିଷେଧ ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ, ଚାଇଲଡ ହେଲ୍ପଲାଇନ ବୋର୍ଡ଼ର ସମସ୍ତ ସଦସ୍ୟ, ସଦସ୍ୟା ଓ ସମସ୍ତ ବିଭାଗର ନିମନ୍ତ୍ରିତ ପଦାଧିକାରୀ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

image
image

ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମରେ ଡ୍ରପ ଆଉଟ ଥିବା ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଅଣାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ଜିଲ୍ଳାରେ ଥିବା ଡ୍ରପ ଆଉଟ ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରାଯାଉଛି l ଅଦ୍ୟାବଧି ୧୩୦୦ ରୁ ଉର୍ଦ୍ଧ୍ବ ଶିଶୁମାନଙ୍କୁ ବିଦ୍ୟାଳୟ ପାଠପଢା ସହିତ ଯୋଡ଼ାଯାଇଛି ବୋଲି ଶିକ୍ଷା ବିଭାଗ ଅଧିକାରୀ ମତବ୍ୟକ୍ତ କରିଥିଲେ l ସେମାନଙ୍କ ମଧ୍ୟରୁ ଯେଉଁମାନେ ପିତୃମାତୃହୀନ ଓ ଏକକ ପିତାମାତା ବା ଅଭିଭାବକଙ୍କର ଶିଶୁ ହୋଇଥିବେ ତାର ତାଲିକା ଦେବେ l ଜିଲ୍ଲାରେ ସାମସ୍ ପୋର୍ଟାଲ ଉପରେ ପିତାମାତାଙ୍କୁ ଅବଗତ କରିବା ନିମନ୍ତେ ବିଦ୍ୟାଳୟ ସ୍ତରରେ କର୍ମଶାଳା ଆୟୋଜନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା l ସେହିପରି ଜିଲ୍ଲାରେ ଥିବା ଔଷଧ ଦୋକାନ ଗୁଡିକରେ ଥିବା ରେଜିଷ୍ଟରକୁ ଡିଜିଟାଇଜେସନ କରିବା ଓ ସିସି ଟିଭି ଲଗାଇବା ସହିତ ଏଚ, ଏଚୱାନ , ଏକ୍ସ ଡ୍ରଗ ଗୁଡିକର ବିକ୍ରିବଟା ମନିଟରିଙ୍ଗ କରାଯିବାକୁ ଯାଇ ସମ୍ପୃକ୍ତ ବିଭାଗ ଏହି ବର୍ଷ ୩୨ ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି l ସେହିପରି ଜିଲ୍ଲାରେ ଥିବା ପ୍ରତି ବିଦ୍ୟାଳୟର ୧୦୦ ଗଜ ମଧ୍ୟରେ ମାଦକ ଦ୍ରବ୍ୟ ନିଷେଧ ବିଦ୍ୟାଳୟ ଠାରେ ଏକ ସର୍ବସାଧାରଣ ସୂଚନା ଫଳକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା l ସେହିପରି ଶିଶୁ ଶ୍ରମିକରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ପଦକ୍ଷେପ ନେବେ। ଜିଲ୍ଲା ଶିକ୍ଷା ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ସହ ସମନ୍ଵୟ ରକ୍ଷା କରି ଶିଶୁ ଶ୍ରମିକମାନଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ କରିବେ l ତୃଣମୂଳ ସ୍ତରରେ ଅଙ୍ଗନବାଡି କର୍ମୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ବାଲ୍ୟ ବିବାହ ନିଷେଧ ତଥା ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଲେ ରିପୋର୍ଟ କରିବେ। ଏହା ସହିତ ନିଶାଯୁକ୍ତ ଶିଶୁ ମାନଙ୍କ ଥଇଥାନ ଓ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଦିବ୍ୟାଙ୍ଗ ଶିଶୁ ମାନଙ୍କ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ନିଶ୍ଚିତ କରିବାକୁ ସମ୍ପୃକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଗଲା। ଏହି ବୈଠକରେ ଡାଃ ମାନସ ରଞ୍ଜନ ଦାଶ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅନିତା ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ, ଉପଆରକ୍ଷୀ ଅଧିକ୍ଷକ ତିଳୋତ୍ତମା ରାଉତ, ମହାବୀର ରୁଦ୍ର ନାରାୟଣ ସାହୁ ଜେ ଜେ ବି ମେମ୍ବର, ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ଚାଇଲ୍ଡ ହେଲପ ଲାଇନ୍ ସଂଯୋଜକ କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply