Home / ମୁଖ୍ୟ ଖବର / ମହାପୁରୁଷ ଙ୍କ ଗ୍ରାମରେ ଜଳସମସ୍ୟା ରାସ୍ତାରେ ବସିଲେ ବରିଷ୍ଠ ନାଗରିକ

ମହାପୁରୁଷ ଙ୍କ ଗ୍ରାମରେ ଜଳସମସ୍ୟା ରାସ୍ତାରେ ବସିଲେ ବରିଷ୍ଠ ନାଗରିକ

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ, ଶ୍ରୀରାମଚନ୍ଦ୍ରପୁର ଗ୍ରା:ପ ର ସ୍ୱାଧୀନତା ସଂଗ୍ରାମୀ ତଥା ପଞ୍ଚସଖା ଙ୍କ ମଧ୍ୟରୁ ଦୁଇଜଣ ମହାପୁରୁଷ ପଣ୍ତିତ ନୀଳକଣ୍ଠ ଦାସ ଏବଂ ଆଚାର୍ଯ୍ୟ ହରିହର ଦାସ ଙ୍କ ଐତିହାସିକ ଗ୍ରାମ ଶ୍ରୀରାମଚନ୍ଦ୍ରପୁର।
ଗ୍ରାମରେ ସ୍ୱାଧୀନତାର ବହୁବର୍ଷ ପରେ ମଧ୍ୟ ପିଇବା ପାଇଁ ପାଣି ବୁନ୍ଦାଏ ମିଳୁନି ବାଧ୍ୟ ହୋଇ ଗ୍ରାମବାସୀ ଆଜି ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।
ସୂଚନା ଅନୁସାରେ ଶ୍ରୀରାମ ଚନ୍ଦ୍ର ପୁର ଗ୍ରାମରେ ବୋରିଂ ହୋଇ ପଞ୍ଚାୟତର ଆନ୍ୟ ଗ୍ରାମକୁ ପାଣି ଯାଉଥିଲେ ମଧ୍ୟ ନିଜ ଗ୍ରାମର ଜଳସଙ୍କଟ ଗ୍ରାମବାସୀଙ୍କୁ ବ୍ୟଥିତ କରିଛି।
ଅନେକ ଅଭିଯୋଗ ପରେ ମଧ୍ୟ ଗାଁ ମଧ୍ୟରେ ଥିବା ପାଣି ଟାଙ୍କୀ ଖାଲି ପଡିବା ସହିତ ଘର ମାନଙ୍କୁ ସଂଯୋଗ ହୋଇଥିବା ଟ୍ୟାପ୍ ରେ ଠିକ୍ ଭାବରେ ପାଣି ଆସୁନାହିଁ, ଟ୍ୟାଙ୍କର ରେ ଯୋଗିଆ ଦିଆଯାଉଥିବା ପିଇବା ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ।
ଗ୍ରମର ଏହି ଜଳ ସଙ୍କଟକୁ ନଜର ରଖି ଆଜି ସକାଳୁ ପ୍ରାୟ ପାଞ୍ଚ ଘଣ୍ଟା ଧରି ଗ୍ରାମର ବରିଷ୍ଠ ନାଗରିକ ମାନେ ଗ୍ରାମବାସୀଙ୍କ ସହିତ ରାସ୍ତାରେ ବସି ସଡ଼କ କୁ ଅବରୋଧ କରିଥଲେ। ଖବର ପାଇ ବିଳମ୍ବରେ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଏବଂ ବ୍ଲକ୍ ଅଧ୍ୟକ୍ଷ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମ ବାସି ମାନଙ୍କୁ ବୁଝାସୁଝା କରିବା ସହିତ ଆସନ୍ତା ଗୋଟେ ଦିନ ଭିତରେ ଏହି ଜଳ ଯୋଗାଣ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଗ୍ରାମ ବାସି ଧାରଣା ଭଙ୍ଗ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply